ବିଏମ୍‌ସି ମାସିକ ବୈଠକ: ଚିଠା ବଜେଟ୍‌ ଅନୁମୋଦିତ, ଆୟ ୧୦୨୨, ବ୍ୟୟ ୧୦୦୧ କୋଟି

Advertisment

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବିଏମ୍‌ସିର ଚିଠା ବଜେଟ୍‌ରେ ଆଜି କର୍ପୋରେସନ ମୋହର ବାଜିଛି। ଆଜି ବସିଥିବା ମାସିକ ବୈଠକରେ ଉପସ୍ଥାପିତ ଚୂଡ଼ାନ୍ତ ବଜେଟ୍‌ରେ ଆୟ ୧୦୨୨ କୋଟି ଓ ବ୍ୟୟ ୧୦୦୧ କୋଟି ଆକଳନ କରାଯାଇଛି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବିଏମ୍‌ସିର ଚିଠା ବଜେଟ୍‌ରେ ଆଜି କର୍ପୋରେସନ ମୋହର ବାଜିଛି। ଆଜି ବସିଥିବା ମାସିକ ବୈଠକରେ ଉପସ୍ଥାପିତ ଚୂଡ଼ାନ୍ତ ବଜେଟ୍‌ରେ ଆୟ ୧୦୨୨ କୋଟି ଓ ବ୍ୟୟ ୧୦୦୧ କୋଟି ଆକଳନ କରାଯାଇଛି।

ବିଏମ୍‌ସିର ହଜାରେ କୋଟିର ଚିଠା ବଜେଟ୍‌: ବଦଳିଲା ନିଷ୍ପତ୍ତି, ଅତିରିକ୍ତ ବଜେଟ୍‌ ତର୍ଜମା ପାଇଁ ବସିବ ସ୍ବତନ୍ତ୍ର ବୈଠକ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବିଏମ୍‌ସିର ଚିଠା ବଜେଟ୍‌ରେ ଆଜି କର୍ପୋରେସନ ମୋହର ବାଜିଛି। ଆଜି ବସିଥିବା ମାସିକ ବୈଠକରେ ଉପସ୍ଥାପିତ ଚୂଡ଼ାନ୍ତ ବଜେଟ୍‌ରେ ଆୟ ୧୦୨୨ କୋଟି ଓ ବ୍ୟୟ ୧୦୦୧ କୋଟି ଆକଳନ କରାଯାଇଛି। ପୂର୍ବ ବର୍ଷର ବଳକା ୧୪୭.୧୩ କୋଟିକୁ ହିସାବକୁ ନେଲେ ୧୬୮.୧୩କୋଟି ଟଙ୍କାର ବଳକା ବଜେଟ୍‌ ହୋଇଥିବା ସୂଚନା ମିଳିଛି। ବଜେଟ୍‌ରେ ବିଏମ୍‌ସିର ନିଜସ୍ବ ଆୟ ହୋଲ୍ଡିଂ ଟିକସ ଓ ବିଜ୍ଞାପନ କର ବାବଦକୁ ସର୍ବାଧିକ ୧୩୫ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରହିଛି। ଅକ୍‌ଟ୍ରାଇ ବଦଳରେ କ୍ଷତିପୂରଣ ବାବଦକୁ ୧୦୪.୯୬ କୋଟି ରହିଛି। ବିଭିନ୍ନ ଦେୟ ଓ ୟୁଜର୍ସ ଫି ବାବଦକୁ ୧୦୬.୯କୋଟି ଟଙ୍କା ରହିଛି। ବ୍ୟୟରେ ଜମି ଅଧିଗ୍ରହଣ ଓ କ୍ରୟ ବାବଦରେ ସର୍ବାଧିକ ୩୭୯ କୋଟି ଆକଳନ କରାଯାଇଛି। କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ବାବଦରେ ମୋଟ ୩୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫାଇନାନ୍‌ସ୍‌ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ ବଜେଟ୍ ଉପସ୍ଥାପନ କରିଥିଲେ। କମିସନର ରାଜେଶ ପ୍ରଭାକର ପାଟିଲ, ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ ଓ ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମଞ୍ଚାସୀନ ଥିଲେ। 

ବୈଠକରେ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପର ଉନ୍ନତୀକରଣ, ଯାତ୍ରୀନିବାସ ନବୀକରଣ ଓ ସହିଦନଗରରେ ଅଡିଟୋରିୟମ ନିର୍ମାଣ କାମ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ବେଆଇନ ଭାବେ ଖୋଳାଯାଉଥିବା ବୋର୍‌ଵେଲ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଥିତଯଶା ଚିତ୍ରତାରକା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମେୟର ଶୋକ ପ୍ରସ୍ତାବ ଆଗତ କରିବା ପରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। 

ସ୍ମାର୍ଟସିଟିକୁ ନେଇ ହୋ ହଲ୍ଲା
ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବାକୁ ବସିଛି। ସ୍ମାର୍ଟ ସିଟି ପ୍ରସ୍ତୁତ କରିଥିବା ଭିତ୍ତିଭୂମି ସବୁକୁ ବିଏମ୍‌ସିକୁ ହସ୍ତାନ୍ତର କରିବା ପ୍ରସଙ୍ଗକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଥିଲା। ସ୍ମାର୍ଟ ସିଟି ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟକୁ ଚିଠି ଲେଖିଛି। ବିଏମ୍‌ସି ସ୍ମାର୍ଟସିଟିର ଜନପଥରେ ଥିବା ୪୭ଟି ଟ୍ରାନ୍‌ସ୍‌ଫର୍ମରରୁ ୧୨ଟି ସ୍ଥାନରେ ଡିଜିଟାଲ୍‌ ଏଲ୍‌ଇଡି ବୋର୍ଡ ଲଗାଇବାକୁ ସ୍ବୀକୃତି ଦେଇ ୩୧ଲକ୍ଷ ଟଙ୍କା ରାଜସ୍ବ ପାଉଛି। ବାକି ଟ୍ରାନ୍‌ସ୍‌ଫର୍ମରଗୁଡ଼ିକ ସୌନ୍ଦର୍ଯ୍ୟୀକରଣ ପାଇଁ ଅନୁମତି ଦଆଯାଇଛି। ଏଥିରୁ ୨୨ଲକ୍ଷ ଟଙ୍କା ମାସିକ ଆଦାୟ ହେବ। 

ଯାନବାହନ ଟେଣ୍ଡରକୁ ମୋହର
ଯାନବାହନ ଟେଣ୍ଡରକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛି ବିଏମ୍‌ସି। ଏହା ପଛରେ ଥିବା ସମସ୍ତ ଅଭିଯୋଗକୁ ବାଏଁବାଏଁ ଉଡାଇ ଦେଇଛି। ଗାଡ଼ି ପିଛା ଥିବା ଦର ୨୨, ୧୪୦ ଟଙ୍କାରୁ ୨୧, ୧୪୬ ଟଙ୍କାକୁ କମାଇ ମୂଳ ଚୁକ୍ତିନାମାକୁ ସଂଶୋଧନ କରିଛି। ଏବଂ ନୂଆ ଟେଣ୍ଡରକୁ ସ୍ବୀକୃତି ଦେଇଛି। ନୃପେଶ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଏମ୍‌ସି କହିଛି, ୨୦୨୦ରେ ୧୫୭ଗାଡ଼ିପିଛା ତେଲ ବାବଦକୁ ୪,୪୩,୯୬, ୧୯୪ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୪ରେ ୭୧୬ ଗୋଟି ଗାଡ଼ିରେ ତେଲ ବାବଦକୁ ୧୯.୫୫,୫୯,୯୯୯ ଟଙ୍କା ଖର୍ଚ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe