ବିଏମସି ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କର କରୋନାରେ ମୃତ୍ୟୁ

ବିଏମସି ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ଆଉ ଜଣେ କୋଭିଡ ଯୋଦ୍ଧା ମାହାମାରୀ କରୋନା ସହ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କ ନାମ ପ୍ରଫୁଲ୍ଲ କୁମାର ବେହେରା ବୋଲି ଜଣାପଡିଛି। ସେ ବିଏମସିର ଦକ୍ଷିଣ ପୂର୍ବ ଜୋନରେ ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

ସରକାରୀ ସୂତ୍ର ପ୍ରକାଶ ଯେ, ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ପ୍ରଫୁଲ୍ଲ କୁମାର ବେହେରା କିଛିଦିନ ତଳେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଅଗଷ୍ଟ ୨୨ରେ କୋଭିଡ-୧୯ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ପରେ ତାଙ୍କୁ ଆଜି ସତ୍ୟ ନଗର ଶ୍ମଶାନରେ ଗାର୍ଡ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe