୨୦ରୁ ୨୨ ପର୍ଯ୍ୟନ୍ତ ମିଳିବ ବିଏମ୍‌ସି ପେନସନ୍‌

Advertisment
୨୦ରୁ ୨୨ ପର୍ଯ୍ୟନ୍ତ ମିଳିବ ବିଏମ୍‌ସି ପେନସନ୍‌

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ୍‌ ଦ୍ୱାରା କେତେକ ହିତାଧିକାରୀଙ୍କ ଖାତା ଅଚଳ ହୋଇଯାଇଥିବା ଯୋଗୁ ପେନ୍‌ସନ୍‌ ପ୍ରଦାନ ତାରିଖ ଘୁଞ୍ଚାଇବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ପେନ୍‌ସନ୍‌ ଭତ୍ତା ହିତାଧିକାରୀଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଉଥିବା ବେଳେ ନୂତନ ନିୟମ ଅନୁସାରେ ଗ୍ରାହକମାନଙ୍କୁ କେୱାଇସି ବିବରଣୀ ବ୍ୟାଙ୍କ୍‌କୁ ପ୍ରଦାନ କରିବାକୁ ପଡ଼ିଥାଏ। ଏଥିପାଇଁ ପରିଚୟପତ୍ର ନକଲ ସହ କେୱାଇସି ଫର୍ମ ପ୍ରଦାନ କରିବା ଆବଶ୍ୟକ ଥାଏ। କିନ୍ତୁ କେକେତ ହିତାଧିକାରୀ ଏହିଭଳି ଫର୍ମ ପ୍ରଦାନ କରି ନଥିବା ଯୋଗୁ ଖାତା ଅଚଳ ହୋଇଯାଇଛି। ତେଣୁ ବିଏମ୍‌ସିର ବିଭିନ୍ନ ୱାର୍ଡରେ ପେନ୍‌ସନ୍‌ ପାଇବାକୁ ଥିବା ହିତାଧିକାରୀମାନେ ୫,୬ ଓ ୭ତାରିଖ ବଦଳରେ ୨୦, ୨୧ ଓ ୨୨ ତାରିଖରେ ପେନ୍‌ସନ୍‌ ପାଇବେ। ରିଜର୍ଭ ବ୍ୟାଙ୍କ୍‌ କେତେକ ଖାତା ଫ୍ରିଜ୍‌ କରିଦେଇଥିବା ଯୋଗୁ ପେନସନ୍‌ ତାରିଖ ଘୁଞ୍ଚା ଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ନିଜ ଆଡ଼ୁ ହିତାଧିକାରୀଙ୍କ ଖାତା ସଚଳ କରିବାକୁ ହେଲ୍ପ ଡେସ୍କ ଖୋଲା ଯାଇଛି। ହିତାଧିକାରୀମାନେ ସେମାନଙ୍କ ଆଧାର କାର୍ଡ ସହ ଭତ୍ତା ନେବାକୁ ଆସିବା ବେଳେ କେୱାଇସି ଫର୍ମ କିପରି ସହଜରେ ଦେଇପାରିବେ ଏବଂ ଖାତା ସଚଳ କରିହେବ ସେନେଇ ସହାୟତା ଯୋଗାଇ ଦିଆଯାଉଛି।

ତେବେ ଯେଉଁମାନଙ୍କ ଖାତା ସଚଳ ଅଛି ସେମାନଙ୍କୁ ଖୁବ୍‌ ଶୀଘ୍ର ପେନ୍‌ସନ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ସହରରେ ପ୍ରାୟ ୨୨ହଜାର ପେନ୍‌ସନ୍‌ ହିତାଧିକାରୀ ଅଛନ୍ତି। ବିଭିନ୍ନ ୱାର୍ଡରେ କମ୍ୟୁନିଟି ଅର୍ଗାନାଇଜର ଏବଂ କର୍ପୋରେଟରମାନେ ହିତାଧିକାରୀଙ୍କୁ ଏନେଇ ବୁଝାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe