ଏକାମ୍ର ଯୋଜନାରେ ଥଇଥାନ ହେବେ ଉଠା ଦୋକାନୀ

Advertisment
ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ବିସ୍ଥାପିତ ହୋଇଥିବା ଉଠା ଦୋକନୀଙ୍କୁ ଥଇଥାନ କରାଯିବ। ଭେଣ୍ଡିଂ ଜୋନ୍‌ ଜରିଆରେ ସେମାନଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯିବ। ବିଏମ୍‌ସି ଜମି ଯୋଗାଇବାକୁ ଥିବାବେଳେ ଉକ୍ତ ଜମିରେ ଓବିସିସି ଦୋକାନ ଗୃହ କରି ସମ୍ପୃକ୍ତ ଦାବିଦାରଙ୍କୁ ହସ୍ତାନ୍ତର କରିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ସୂଚନାନୁସାରେ ଏହି ଭେଣ୍ଡିଂ ଜୋନ୍‌ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇ ସାରିଛି। ଏବେ ଜମି ସମତୁଲ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ ବ୍ୟବସାୟୀଙ୍କୁ କେତେ ପରିମାଣର ଜମିରେ ଦୋକାନ ଘର ଯୋଗାଇ ଦିଆଯିବ, ସେ ଦିଗରେ ବିଚାର ବିମର୍ଶ ଚାଲିଛି। ବିଏମ୍‌ସି ଉପ ଆୟୁକ୍ତ କମଲ୍‌ଜିତ ଦାସଙ୍କ କହିବା କଥା ଭେଣ୍ଡିଂ ଜୋନ୍‌ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜମି ମାଲିକ ସ୍ବଇଚ୍ଛାରେ ଜମି ପ୍ରଦାନ କରିଛନ୍ତି। ଓବିସିସି ପକ୍ଷରୁ ଏହି ଭେଣ୍ଡିଂ ଜୋନ କରାଯିବା ପରେ ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ। ଉଠା ଦୋକନୀମାନଙ୍କ ତାଲିକା ପ୍ରସ୍ତୁତ ସରିଛି। ଓବିସିସିର ଅଧିକାରୀ କହିଛନ୍ତି ଯେ ବିଏମ୍‌ସି ଜମି ଅଧିଗ୍ରହଣ କରି ସମତୁଲ କରିବା ପରେ ଓବିସିସିକୁ ହସ୍ତାନ୍ତର କରିବ ଓ ଏହା ପରେ ଭେଣ୍ଡିଂ ଜୋନ ତିଆରି କରାଯିବ। ପରେ ତାଲିକା ଅନୁସାରେ ଦୋକାନୀମାନଙ୍କୁ ଥଇଥାନ କରାଯିବ।

ପ୍ରକାଶଯୋଗ୍ୟ, ପୂର୍ବରୁ ମନ୍ଦିର ନିକଟରେ ସରକାରୀ ଜମି ଉପରେ ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା। ଥଇଥାନ ଦାବି କରି ଗତ ବର୍ଷ ଡିସେମ୍ବର ୭ତାରିଖରେ ଉଠା ଦୋକାନୀମାନେ ପ୍ରତିବାଦ କରିଥିଲେ ଓ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେ‌ତେବେଳେ କିଛି ଉତ୍ତ୍ୟକ୍ତ ଯୁବକ ରାସ୍ତାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସ୍ଥାନୀୟ ମୁରବୀମାନେ ଓ ବିଭିନ୍ନ ଦଳର ନେତୃମଣ୍ଡଳୀ ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରି ଉଠା ଦୋକନୀଙ୍କୁ ଥଇଥାନ ପାଇଁ ଦାବି କରିଥିଲେ।
ତେଣୁ ବିଏମ୍‌ସି ପକ୍ଷରୁ ଉଠା ଦୋକନୀଙ୍କୁ ଥଇଥାନ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ରକ୍ଷା କରି ବିଏମ୍‌ସି ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe