ଭୁବନେଶ୍ବର : ବିଏମ୍ସି ପକ୍ଷରୁ ବିଭିନ୍ନ ମାର୍କେଟରେ କୋଭିଡ କଟକଣା ପାଳନ ହେଉଛି କି ନାହିଁ ସେନେଇ ଜୋରଦାର ଯାଞ୍ଚ ଚାଲିଛି। ଆଜି ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ଜେଡ୍ଡିସି ଅଂଶୁମାନ ରଥଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉ ସମୟରେ ୧୨,୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍ ଜେଡ୍ଡିସି ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉ ସମୟରେ ୫୫୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଏହିପରି ବିଏମ୍ସି ଆଜି କୋଭିଡ୍ କଟକଣା ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୮ହଜାର ଟଙ୍କା ଜରିମାନା ଆଦାୟ କରିଛି।
ବିଏମ୍ସି ପକ୍ଷରୁ ବିଭିନ୍ନ ମାର୍କେଟରେ ଚଢ଼ଉ : ୧୮ହଜାର ଜରିମାନା ଆଦାୟ
Advertisment
Follow Us