The Indian Express
ଭୁବନେଶ୍ବର : ରାଜଧାନୀରେ ପଲିଥିନ୍ ଚଢ଼ଉକୁ ଜୋରଦାର କରିଛି ବିଏମ୍ସି। ଏନେଇ ତିନୋଟି ସ୍କ୍ବାଡ୍ ଗଠନ କରାଯାଇ ପ୍ରତି ବୁଧବାର ରାଜଧାନୀର ତିନୋଟି ଜୋନ୍ରେ ଚଢ଼ଉ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଆଜି ରାଜଧାନୀର ବିଭିନ୍ନ ମାର୍କେଟ ଓ ବ୍ୟବସାୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା। ସ୍କ୍ବାଡ୍ ପକ୍ଷରୁ କଳ୍ପନା ଛକରୁ ସାମନ୍ତରାପୁର, ଜୟଦେବ ବିହାର ଏବଂ ଷ୍ଟୁଡିଓ ଛକରେ ଚଢ଼ଉ କରାଯାଇଥିଲା। ଯାଞ୍ଚ ସମୟରେ ମୋଟ ୨୦ କେଜି ପଲିଥିନ୍ ଜବତ ହୋଇଥିବା ବେଳେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଉତ୍ତର ଜୋନ୍ରୁ ସର୍ବାଧିକ ୬୩୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।
Follow Us