ଡିଜିଟାଇଜେସନ୍‌ ହେବ ବିଏମ୍‌ସି ରେକର୍ଡ

ଡିଜିଟାଇଜେସନ୍‌ ହେବ ବିଏମ୍‌ସି ରେକର୍ଡ

Twitter

ଭୁବନେଶ୍ବର: ବିଏମ୍‌ସିର ସମସ୍ତ ରେକର୍ଡ ଡିଜିଟାଇଜେସନ ହେବ। ଏଗୁଡ଼ିକ ସ୍କାନ୍‌ ହେବା ପରେ କମ୍ପ୍ୟୁଟରରେ ଷ୍ଟୋର କରାଯିବ। ଏଥିପାଇଁ ଅଭିଜ୍ଞତା ଥିବା ସଂସ୍ଥାମାନଙ୍କ ଠାରୁ ବିଡ୍‌ ଆହ୍ବାନ କରିଛି ବିଏମ୍‌ସି। ଜୁନ୍‌ ୬ ତାରିଖ ସୁଦ୍ଧା ବିଡ୍‌ ଦାଖଲ କରିବାକୁ କୁହାଯାଇଛି। ବିଏମ୍‌ସିର ବିଭିନ୍ନ ବିଭାଗରେ ଥିବା ଲକ୍ଷେ ଜରୁରୀ କାଗଜପତ୍ର ଏଭଳି ଡିଜିଟାଇଜେସନ ହେବ ବୋଲି ଜଣାପଡ଼ିଛି।

କାଗଜପତ୍ରଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଥିବାରୁ ବିଏମ୍‌ସି ଏଭଳି ପଦକ୍ଷେପ ନେବାକୁ ଯାଉଛି। କାଗଜପତ୍ରଗୁଡ଼ିକ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଏହି କାମ ବିଏମ୍‌ସି ଅଫିସ୍‌ ଭିତରେ ହେବ। ଏହି କାଗଜପତ୍ରଗୁଡ଼ିକ ଯେଭଳି ସର୍ବସାଧାରଣ ନ ହୁଏ ସେଥିପାଇଁ ସଂସ୍ଥା ଦାୟୀ ରହିବ। ଏବେ ରହିଥିବା ପ୍ରାୟ ଲକ୍ଷେ କାଗଜପତ୍ର ସ୍କାନ୍‌ ହୋଇ ରହି ସାରିବା ପରେ ନୂଆ କାଗଜପତ୍ରଗୁଡ଼ିକୁ ସମାନ ଢଙ୍ଗରେ ସ୍କାନ୍‌ କରାଯିବ। ଫଳରେ ସ୍ବଚ୍ଛତା ବଜାୟ ରହିବା ସହ ଫାଇଲ୍‌ ହଜିଯିବା ଭୟ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe