ସେମିନାର ନାଁରେ ଡିଜେ ନାଇଟ୍, ଶିକ୍ଷାନୁଷ୍ଠାନକୁ ସିଲ୍‌ କଲା ବିଏମ୍‌ସି

Advertisment
ସେମିନାର ନାଁରେ ଡିଜେ ନାଇଟ୍, ଶିକ୍ଷାନୁଷ୍ଠାନକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର : କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀର ଏକ ଶିକ୍ଷାନୁଷ୍ଠାନର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ସେମିନାର ପାଇଁ ଅନୁମତି ଦିଆଯାଇଥିବା ବେଳେ ବେଆଇନ ଭାବେ ସେଠାରେ ଡିଜେ ନାଇଟ୍‌ ଚାଲୁଥିବା ନଜରକୁ ଆସିଥିଲା। ବିଏମ୍‌ସିର କମିସନର ଲିଲନ ପ୍ରସାଦ ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ପହଞ୍ଚିବା ସହିତ ଡିଜେ ନାଇଟ୍‌ ଚାଲିଥିବା ସ୍ଥାନକୁ ଖାଲି କରାଯାଇଥିଲା। ପରେ ଏହାକୁ ସିଲ୍‌ କରି ଦିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe