India TV
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୯ଟି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାରଠାରୁ କୋଭିଡ ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଠାରୁ ଏହି କ୍ରମରେ ପୁଣି ୭ଟି କେନ୍ଦ୍ର ଯୋଡ଼ି ହୋଇଯିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଆଜି ଆରମ୍ଭ ହୋଇଥିବା ୯ଟି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ କୋଭିଡ ଟେଷ୍ଟିଂ ହେବ। ଏଗୁଡ଼ିକ ନିଳାଦ୍ରୀ ବିହାର, ୟୁନିଟ-୩, ୟୁନଟି-୮, ୟୁନିଟ-୯, ପୋଖରିପୁଟ, ପଟିଆ, ଡୁମଡୁମା ଓ ୟୁନିଟ-୪ରେ ରହିଛି।
ସେହିଭଳି ଆସନ୍ତାକାଲିଠାରୁ ଆଇଆରସି ଭିଲେଜ, ଘାଟିକିଆ, କଳ୍ପନା, ବ୍ରହ୍ମେଶ୍ୱର ପାଟଣା, କପିଳପ୍ରସାଦ, ଚନ୍ଦ୍ରଶେଖରପୁର ଓ ବିଏମ୍ସି ହସ୍ପିଟାଲରେ କରୋନା ଟେଷ୍ଟିଂ (ରାପିଡ ଆଣ୍ଟିଜେନ ଟେଷ୍ଟ) ମାଗଣାରେ ଆରମ୍ଭ ହେବ।
Follow Us