ବିଏମ୍‌ସିର ସ୍ବଚ୍ଛତା ମାସ: ଏକକ ବ୍ୟବହାର ପଲିଥିନ୍‌କୁ ନା, ବିଭିନ୍ନ ସ୍ଥାନରେ ସଫେଇ ଓ ସଚେତନତା

ବିଏମ୍‌ସିର ସ୍ବଚ୍ଛତା ମାସ: ଏକକ ବ୍ୟବହାର ପଲିଥିନ୍‌କୁ ନା, ବିଭିନ୍ନ ସ୍ଥାନରେ ସଫେଇ ଓ ସଚେତନତା

ଭୁବନେଶ୍ୱର: ଆଜି ନୂଆପଲ୍ଲୀ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ସ୍ୱଛତା ମାସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମେୟର ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ବିଏମ୍‌ସି ସହଯୋଗରେ ଭୁବନେଶ୍ୱରରେ ଯାନ୍ତ୍ରିକ ସଫେଇ କରୁଥିବା ପ୍ରୋପାୱାର ସ୍ବିପିଙ୍ଗ୍ କମ୍ପାନି ଓ ଲାୟନ୍ସ ସର୍ଭିସ୍ ଏହି ଅଭିଯାନକୁ ହାତକୁ ନେଇଛନ୍ତି। ଜୁଲାଇ ୫ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏହି ଅବସରରେ ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ଦ୍ରବ୍ୟର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ସଚେତନତା ଜାରି ରହିବ ବୋଲି ବିଏମ୍‌ସି ତରଫରୁ ସୂଚନା ଦିଆଯାଇଛି।

ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ କିଟ୍ ଛକରୁ ପଟିଆ ଛକ, ଶିଖରଚଣ୍ଡୀ, ଇନ୍‌ଫୋସିସ୍‌, ଓମ୍‌ଫେଡ୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, ଜୟଦେବବିହାର ଛକ, ସିଆର୍‌ପି ଛକରୁ ଷ୍ଟିୱାର୍ଟ ସ୍କୁଲ୍ ଛକ, ଡେଲ୍‌ଟା ଛକ, ପାୱାର ହାଉସ୍, ରାଜଭବନରୁ ଗୋପବନ୍ଧୁ ଛକ, ଶିରିପୁର, ପାଇକନଗର, ଫାୟାର ଷ୍ଟେସନ, ଗଙ୍ଗନଗର, ଆଇଆର୍‌ସି ଭିଲେଜ୍ ରିଂରୋଡ୍, ଖଣ୍ଡଗିରି , ରସୁଲଗଡ଼, ବାଣୀବିହାର ପ୍ରଭୃତି ୩୭ କିଲୋମିଟର ରାସ୍ତାରେ ଏବେ ଯାନ୍ତ୍ରିକ ସଫେଇ ହେଉଛି। ସଂସ୍ଥାଦ୍ବୟ ଏହି ଅଞ୍ଚଳ ସମେତ ଏହାର ଆଖପାଖ ମାର୍କେଟ ଅଞ୍ଚଳକୁ ଯାଇ ସଚେତନତା ସୃଷ୍ଟି କରିବେ। ଏଥିସହିତ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏନ୍‌ଫୋର୍ସମେଣ୍ଟ ସମାନ୍ତରାଳ ଭାବରେ କାମ କରିବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜେଡ୍‌ଡିସି ରବିନାରାୟଣ ଜେଠୀ, କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ, ଶୁଭ୍ରାଂଶୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ସ୍ୱଚ୍ଛସାଥୀଙ୍କ ସହିତ ପାଖ ଦୋକାନକୁ ଯାଇ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନ କରିବାକୁ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe