Odisha Sun Times
ଭୁବନେଶ୍ବର: ରାଜଧାନୀରେ ବାତ୍ୟା ପୂର୍ବର ପ୍ରସ୍ତୁତି ଏବଂ ବାତ୍ୟା ପରର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୨୪ କୋଟି ଅର୍ଥ ଖର୍ଚ୍ଚ କରି ସାରିଲାଣି। ବିଏମ୍ସି ରାଜ୍ୟ ସରକାରଙ୍କଠାରୁ ୬ଟି ପର୍ଯ୍ୟାୟରେ ପ୍ରାୟ ୨୫କୋଟି ଟଙ୍କା ଆଣିଥିବା ବେଳେ ଆଜି ଆଉ ୫ କୋଟି ଟଙ୍କା ଦେବାକୁ କହିଛି। ବିଏମ୍ସି ଅଞ୍ଚଳରେ ହିତାଧିକାରୀଙ୍କୁ ବାତ୍ୟା ସହାୟତା ବାବଦରେ ପ୍ରାୟ ୨୨କୋଟି ଟଙ୍କା ବଣ୍ଟା ଯାଇଥିବା ବେଳେ ୧୯ଜଣ ଇଞ୍ଜିନିୟରଙ୍କୁ ବିଭିନ୍ନ ଜରୁରୀକାଳୀନ ଖର୍ଚ୍ଚ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯାଇଛି। ବାତ୍ୟା ପୂର୍ବରୁ ପ୍ରାୟ ୮୫ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ସେମାନେ ରହିବା ଖାଇବା ପାଇଁ ୧କୋଟି ୨୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଛୋଟ ପିଲାଙ୍କ ଖାଦ୍ୟ ବାବଦକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛିି। ବାତ୍ୟା ପ୍ରସ୍ତୁତିି ଓ ମୁକାବିଲାରେ ଯେପରି ଅର୍ଥ ହେରଫେର ନହୁଏ ସେଥିପାଇଁ ବିଏମ୍ସି କମିସନର ସମର୍ଥ ବର୍ମା ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ସବରଙ୍କୁ ଦାୟିତ୍ବ ଦେଇଛନ୍ତି। ପ୍ରତ୍ୟେକ ଦିନ କେଉଁ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ ହେଉଛି, କେତେ ବଳିଲା ତା’ର ଟିକିନିଖି ହିସାବ ରଖାଯାଉଛି। ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ସହାୟତା ଆବଣ୍ଟନରେ ଯେପରି କିଛି ସମସ୍ୟା ନଉପୁଜେ, ସେଥିପାଇଁ ଆଜି ବିଏମ୍ସି ୫କୋଟି ଟଙ୍କା ମାଗିଛି। ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ ରୁମ୍ରେ ଏହି ଟଙ୍କା ମହଜୁଦ୍ ରଖାଯାଇଛି। ସଶସ୍ତ୍ର ପୁଲିସ ସେଠାରେ ମୁତୟନ ହୋଇଛନ୍ତି।
Follow Us