ଭୁବନେଶ୍ବର ୱାର୍ଡ ନଂ.୫୫: କର୍ପୋରେଟର ପ୍ରାର୍ଥୀଙ୍କୁ ଧମକ: ୨ ଗିରଫ

ଶ୍ରମିକଙ୍କୁ ଆକ୍ରମଣ କରି ୨ ଗିରଫ

IndiaFilings

ଭୁବନେଶ୍ୱର:୫୫ ନମ୍ବର ୱାର୍ଡ କର୍ପୋରେଟର ପ୍ରାର୍ଥୀ ନୃପେଶ ନାୟକଙ୍କୁ ଧମକ ଦେବା ସହ ଦାଦାବଟି ମାଗିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନାଗେଶ୍ବରଟାଙ୍ଗୀ ଭୋଇ ସାହିର ସୋମନାଥ ହାତୀ (୨୮) ଓ ବିଜେବିନଗର ମ୍ୟୁଜିୟମ କଲୋନିର ଲିଟୁନା ସ୍ବାଇଁ(୨୮)। ଅଭିଯୁକ୍ତଙ୍କଠାରୁ ଏକ ବୁଲେଟ୍‌ ମୋଟର ସାଇକେଲ ଜବତ କରାଯାଇଛି। ସୂଚନା ଅନୁସାରେ ସୋମନାଥ ଓ ଲିଟୁନା ଆଜି ନୃପେଶଙ୍କ ଘରେ ବଳପୂର୍ବକ ପଶି ୨ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ନୃପେଶ ମନା କରିବା ସହ ସେମାନଙ୍କୁ ତାଗିଦ୍ କରିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଦୁହେଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଗିରଫ ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ହୋଇଥିବାର ଫଟୋ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ରାଜନୈତିକ ଶତ୍ରୁତା କାରଣରୁ ନୃପେଶଙ୍କ ଉପରେ ଆକ୍ରମଣ ହୋଇଛି ନା କେବଳ ଦାଦାବଟି ପାଇଁ ଅଭିଯୁକ୍ତ ଏପରି କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ଭୁବନେଶ୍ବର ୱାର୍ଡ ନଂ. ୪୧: କର୍ପୋରେଟର ପ୍ରାର୍ଥିନୀଙ୍କୁ ଟଣାଓଟରା

ପ୍ରଚାର ବେଳେ ସୋମବାର ଅପରାହ୍ନରେ ଅଶୋକନଗର ଅଞ୍ଚଳରେ ମହିଳା କର୍ପୋରେଟର ପ୍ରାର୍ଥିନୀଙ୍କୁ ଟଣାଓଟରା ହୋଇଥିବା ଅଭିଯୋଗ ହୋଇଛି। ୪୧ ନମ୍ବର ଵାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥିନୀ ସସ୍ମିତା ସାହୁ ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସସ୍ମିତା ଆଜି ଅପରାହ୍ନ ପ୍ରାୟ ୫ଟାରେ ମହିଳା ସମର୍ଥକଙ୍କ ସହ ଅଶୋକନଗର ଅଞ୍ଚଳରେ ପ୍ରଚାର କରୁଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ମାତାଲ ଅବସ୍ଥାରେ ଆସି ଗାଳିଗୁଲଜ କରିବା ସହ ଲୁଗା ଟଣାଓଟରା କରିଥିଲେ। ଜଣେ ସମର୍ଥକଙ୍କର ଆଖିକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସସ୍ମିତା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe