ଋତୁକାଳୀନ ବ୍ୟବସାୟ ପାଇଁ ବିଏମ୍‌ସି ଜାଗା ଦେବ, ମନଇଚ୍ଛା ଦୋକାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ହୋଲିରେ ରଙ୍ଗ ବେପାର, ଦୀପାବଳିରେ ବାଣ ଓ ଦୀପ ବେପାର, ପୂଜା‌ରେ ମୂର୍ତ୍ତି ବେପାର ଭଳି ଋତୁକାଳୀନ ବ୍ୟବସାୟ ଏଣିକି କେବଳ ବିଏମ୍‌ସି ଦ୍ବାରା ନିର୍ଧାରିତ ସ୍ଥାନରେ ହେବ। ବିଏମ୍‌ସି ଜାଗା ଚିହ୍ନଟ କରିବ ଓ ସେହିଠାରେ ହିଁ ବ୍ୟବସାୟୀମାନେ ନିଜର ପସରା ମେଲାଇବେ। ମନଇଚ୍ଛା ଯେକୌଣସି ସ୍ଥାନରେ ଷ୍ଟଲ୍‌ ପକାଇ ବସିଗଲେ, ସଂପୃକ୍ତ ବେପାରୀଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋକାନ ସିଲ୍‌ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏପରିକି ଆଗକୁ ବ୍ୟବସାୟ କରିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ଋତୁକାଳୀନ ବ୍ୟବସାୟ ସମୟରେ ସହରର ବିଭିନ୍ନ ସ୍ଥାନରେ ଷ୍ଟଲ୍‌ ଗଢ଼ି ଉଠିବାରୁ ଟ୍ରାଫିକ୍‌ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି କିଛି ବ୍ୟବସାୟୀ ପରିମଳ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦେଇ ନଥା’ନ୍ତି। ଆବର୍ଜନା ଏଣେତେଣେ ଗଦା କରି ଦିଅନ୍ତି। ଆଉ କିଛି ଅସାଧୁ ବ୍ୟବସାୟୀ ବିଏମ୍‌ସିର ଅନୁମତି ନ ନେଇ ଦୋକାନ ଖୋଲି ଦିଅନ୍ତି। ତେଣୁ ଏହାକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍‌ସି ପଦକ୍ଷେପ ନେଇଛି। ଋତୁକାଳୀନ ବେପାର ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଜୋନ୍‌ରେ ଜାଗା ଚିହ୍ନଟ କରାଯିବ ଓ କେବଳ ସେହି ଜାଗାରେ ହିଁ ବ୍ୟବସାୟୀ ନିଜର ଦୋକାନ ଖୋଲିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe