ଟିକସ ପାଇଁ ବିଏମ୍‌ସି କରିବ ମେଳା

Advertisment
ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଭୁବ‌େନଶ୍ବର: ବିଏମ୍‌ସି ଏଥର ରେକର୍ଡ ରାଜସ୍ବ ଆଦାୟ କରିବାକୁ ଟା‌ର୍ଗେଟ୍‌ ରଖିଛି। ତେଣୁ ଲୋକଙ୍କ ପାଖକୁ ଯାଇ ସେବା ଯୋଗାଇବା ସହ ଟିକସ ଆଦାୟ କରିବାକୁ ଯୋଜନା କରିଛି। ଏଥିପାଇଁ ତିନିଟି ଜୋନ୍‌ର ବିଭିନ୍ନ ସ୍ଥାନରେ ଦୁଇ ଦିନିଆ ହୋଲ୍‌ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍ସ ଓ ଫୁଡ୍‌ ଲାଇସେନ୍ସ ମେଳା ହେବ। ଏଥିରେ ନୂତନ ହୋଲ୍‌ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍ସ, ଫୁଡ୍‌ ଲାଇସେନ୍ସ କରିବା ଓ ‌ବକେୟା ତଥା ଚଳିତବର୍ଷର ଦେୟ ଦେବା ପାଇଁ ବ୍ୟବସ୍ଥା ରହିଛି। ଉତ୍ତର ଜୋନ୍‌ରେ ଫେବ୍ରୁଆରି ୨୭ ଓ ୨୮ରେ ଭିଏସ୍‌ଏସ୍‌ ନଗର କଲ୍ୟାଣ ମଣ୍ଡପ, ମାର୍ଚ୍ଚ ୫ରୁ ୭ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, ନୀଳାଦ୍ରିବିହାର ୱାର୍ଡ ଅଫିସରେ ମାର୍ଚ୍ଚ ୧୨ ଓ ୧୪ରେ ମେଳା ହେବ। ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ଯଥାକ୍ରମେ ଡେ’ କେୟାର ସେଣ୍ଟର ରେଣ୍ଟାଲ କଲୋନି, ୟୁନିଟ-୮ କମ୍ୟୁନିଟି ସେଣ୍ଟର ଓ ଆଇଗିଣିଆ ଡେ’ କେୟାର ସେଣ୍ଟର୍‌ରେ ମେଳା ହେବ। ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ରେ ଫେବ୍ରୁଆରି ୨୭ ଓ ୨୮ରେ ସହିଦନଗର କଲ୍ୟାଣ ମଣ୍ଡପରେ, ମାର୍ଚ୍ଚ ୫ରୁ ୭ ପର୍ଯ୍ୟନ୍ତ ବିଏମ୍‌ସି ଯାତ୍ରୀ ନିବାସ, ମାର୍ଚ୍ଚ ୧୨ରୁ ୧୪ ପର୍ଯ୍ୟନ୍ତ ବରଗଡ଼ କଲ୍ୟାଣ ମଣ୍ଡପ, ମାର୍ଚ୍ଚ ୧୯ରୁ ୨୧ ପର୍ଯ୍ୟନ୍ତ ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପ, ମାର୍ଚ୍ଚ ୨୬ରୁ ୨୮ ପର୍ଯ୍ୟନ୍ତ ୱାର୍ଡ -୩୬ସ୍ଥିତ ୱାର୍ଡ ଅଫିସ୍‌ରେ ମେଳା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe