ରାଜଧାନୀକୁ ବାତ୍ୟା ଚିନ୍ତା: ବିଏମ୍‌ସିରେ ଖୋଲିବ କଣ୍ଟ୍ରୋଲ ରୁମ୍‌

Advertisment
ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଗ୍ରୀଷ୍ମ ପ୍ରବାହ ପାଇଁ ମେ ୧ରୁ ବିଏମ୍‌ସିରେ ଖୋଲା ହୋଇଥିବା କଣ୍ଟ୍ରୋଲ ରୁମ୍‌କୁ ବାତ୍ୟା ପରିଚାଳନା ପାଇଁ ୨୨ ତାରିଖ ସଂଧ୍ୟାରୁ ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ କଣ୍ଟ୍ରୋଲ୍ ରୁମ୍‌ ଭାବେ ବ୍ୟବହାର କରାଯିବ। ବିଏମ୍‌ସିର ଡେପୁଟି କମିସନର (ଏମରଜେନ୍ସି) ଏହା ଦାୟିତ୍ବରେ ରହିବେ। ଏହା ୨୪ ଘଣ୍ଟା କାର୍ଯ୍ୟ କରିବ। ଏଠାକୁ ଯୋଗାଯୋଗ କରିବା ପାଇଁ ୦୬୭୪-୨୪୩୧୨୫୩ ଏବଂ ଟୋଲ୍‌ ଫ୍ରି ନମ୍ବର-୧୮୦୦୩୪୫୦୦୬୧ ନମ୍ବରରେ ଫୋନ୍‌ କରିବେ।

କୋଭିଡ ଆକ୍ରାନ୍ତ ସ୍ଥାନାନ୍ତରରେ ସମସ୍ୟା ହେବନି
ବାତ୍ୟା ସମୟରେ ବି ଯେପରି କୋଭିଡ ଆକ୍ରାନ୍ତଙ୍କୁ ଘରୁ ହସ୍ପିଟାଲକୁ ସ୍ଥାନାନ୍ତରରେ କିଛି ସମସ୍ୟା ହେବନି ସେଥିପାଇଁ ସ୍ବାସ୍ଥ୍ୟ ଅଧିକାରୀମାନେ ବିଏମ୍‌ସିର ଡେପୁଟି କମିସନର (କୋଭିଡ ସେଲ୍‌)ଙ୍କ ସହ ଆଲୋଚନା କରି ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିବେ। ପର୍ଯ୍ୟାପ୍ତ ପରିମାଣରୁ ଅତ୍ୟାବଶ୍ୟକ ଔଷଧ, ହାଲୋଜେନ୍ ଟାବଲେଟ୍, ବ୍ଲିଚି ପାଉଡର୍, ଆଣ୍ଟି ଭେନମ୍ ଔଷଧ ଉପଲବ୍ଧ ରଖାଯିବ। ବିଏମ୍‌ସିର ଡାକ୍ତରମାନେ ବାତ୍ୟା ସମୟରେ ଓ ପରେ ୨୪ଘଣ୍ଟା ଉପସ୍ଥିତ ରହିବେ।

ରାସ୍ତା ସଫା ପାଇଁ ୩୩ କରତ
ବାତ୍ୟାରେ ଯଦି ଗଛ ଉପୁଡ଼ିଲା କି ଡାଳ ଭାଙ୍ଗିଲା ତେବେ ସେଗୁଡ଼ିକୁ ତୁରନ୍ତ ସଫା କରିବା ସହିତ ପ୍ରମୁଖ ରାସ୍ତାଗୁଡ଼ିକୁ ଯାତାୟାତ ଉପଯୋଗୀ କରିବା ଦାୟିତ୍ବ ନଗର ଯନ୍ତ୍ରୀଙ୍କୁ ଦିଆଯାଇଛି। ଏଥିପାଇଁ ୩୩ଟି ବଡ଼ କରତ ଯୋଗାଇ ଦିଆଯିବ। ଏହାସହ ୮ଟି ଆସ୍କା ଲାଇଟ୍ ଓ ୨୦ଟି ପାଣି ପମ୍ପ ଯୋଗାଯିବ। ରାସ୍ତାରୁ ଯେପରି ତୁରନ୍ତ ଗଛ, କାନ୍ଥ, ଟ୍ରାନ୍ସଫର୍ମର, ଅସ୍ଥାୟୀ ନିର୍ମାଣ, ହୋର୍ଡିଂ ଆଦିକୁ ହଟାଇବା କ୍ଷେତ୍ରରେ ସଂପୃକ୍ତ ବିଭାଗର ସହଯୋଗ ନେଇପାରିବେ। ରାସ୍ତା ସଫା କରିବା କ୍ଷେତ୍ରରେ ଅଗ୍ନିଶମ ବିଭାଗର ସାହାଯ୍ୟ ନେଇପାରିବେ ବୋଲି କୁହାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ବିଏମ୍‌ସି ପିପିଇ କିଟ୍ ଯୋଗାଇ ଦେବ।

ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ
ଯେଉଁ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବାର ଅଛି ବା ଚାଳ ଘର ଅଛି ସେମାନଙ୍କୁ ବିଏମ୍‌ସି ଅସ୍ଥ‌ାୟୀ ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରିବ। କେଉଁମାନେ ସ୍ଥାନାନ୍ତର ହେବେ ‌ତା’ର ତାଲିକା ଜୋନାଲ ଡେପୁଟି କମିସନରମାନେ ପ୍ରସ୍ତୁତ କରିବେ। କୋଭିଡ କଟକଣା ସହ ସାମାଜିକ ଦୂରତା ରକ୍ଷା କରି ରଖାଯିବ। ରନ୍ଧାଖାଦ୍ୟ, ପିଇବା ପାଣି, ଜାଳେଣି, ବିଦ୍ୟୁତ ଯୋଗାଣ, ମହମବତି, ଶୁଖିଲା ଖାଦ୍ୟ, ଔଷଧ କିଟ୍ ଯୋଗାଇ ଦିଆଯିବ। ଜେଡ୍‌ଡିସିମାନେ କେଉଁ ସ୍କୁଲ, କଲେଜକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବେ ଏବଂ କେତେ ଲୋକଙ୍କୁ ସ୍ଥାନାନ୍ତର କରିବେ, ତା’ର ତାଲିକା ଦେବେ। ସେହି ଅନୁଯାୟୀ, ଡେପୁଟି କମିସନର (ଏମରଜେନ୍ସି) ବିଇଓ ଓ ଡିଇଓମାନଙ୍କୁ ଚିଠି ଲେଖିବେ ବୋଲି କୁହାଯାଇଛି।

ଜଳଯୋଗାଣ ବାଧାପ୍ରାପ୍ତ ହେବନି
ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ବି ଲୋକଙ୍କୁ ପର୍ଯ୍ୟାପ୍ତ ପାଣି ମିଳିବ। ତା’ର ବ୍ୟବସ୍ଥା ୱାଟ୍‌‌କୋ କରିବ। ସମସ୍ତ ଜଳ ଯୋଗାଣ କେନ୍ଦ୍ରରେ ଡିଜି ସେଟ୍ ବ୍ୟବସ୍ଥା କରିବେ। ଯେଉଁଠି ପାଣି ପାଇପ୍ ନଥିବ ସେଠାରେ ପାଣି ଟ୍ୟାଙ୍କର, ସିନଟେକ୍ସ ଟାଙ୍କି ମାଧ୍ୟମରେ ପାଣି ଯୋଗାଣ କରିବେ।

publive-image

ମୁଖ୍ୟ ଡ୍ରେନ୍‌ରେ ଜଳପ୍ରବାହରେ ବାଧା ଉପୁଜିବନି
ବର୍ଷା ଜଳ ନିଷ୍କାସନରେ ଯେପରି କିଛି ସମସ୍ୟା ରହିବନି ସେଥିପାଇଁ ବିଏମ୍‌ସିର ନିର୍ବାହୀ ଯନ୍ତ୍ରୀ-୧ ଏବଂ ୨ ଦାୟିତ୍ବରେ ରହିବେ। ଏହାସହ ସବୁ ମୁଖ୍ୟ ଡ୍ରେନ୍‌ରେ ଯେପରି ବିନା ବାଧାରେ ବର୍ଷା ଜଳ ନିଷ୍କାସନ ହେବ ସେ ବ୍ୟବସ୍ଥା କରିବେ। ଏଥିପାଇଁ ଆଗୁଆ ସମ୍ବେଦନଶୀଳ ଏବଂ ମୁଖ୍ୟ ଡ୍ରେନ୍‌ଗୁଡ଼ିକୁ ସଫା କରିବାକୁ କୁହାଯାଇଛି। ବର୍ଷାବେଳେ ତୁରନ୍ତ କାମ କରିବାକୁ କର୍ମଚାରୀ ନିୟୋଜିତ ରହିବେ।

ପରିମଳ ବ୍ୟବସ୍ଥା ବିଗଡ଼ିବନି
ବାତ୍ୟା ହେଲେ ଯେପରି ରାସ୍ତାରୁ, ଲୋକଙ୍କ ଘରୁ ଆଶ୍ରୟସ୍ଥଳୀରୁ ସବୁ ଅଳିଆ ଉଠିବ, ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଯେପରି ଏହାର ପ୍ରଭାବ ପଡ଼ିବନି ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଡେପୁଟି କମିସନର (ପରିମଳ)ଙ୍କୁ କୁହାଯାଇଛି। ଏଥିପାଇଁ ସେ ୱାର୍ଡ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ, ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କରିବେ।

ବିଏମ୍‌ସିର ସବୁ ଅଫିସ୍‌, ହସ୍ପିଟାଲରୁ ବିଦ୍ୟୁତ ସଂଯୋଗ କଟିବନି
ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ଜୋନାଲ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ଏବଂ ବିଏମ୍‌ସି ମେଡିକାଲରେ ଯେପରି ବାତ୍ୟା ସମୟରେ ଓ ପରେ ବିଦ୍ୟୁତ ସଂଯୋଗ କଟିବନି ସେ ବ୍ୟବସ୍ଥା ବସିଟି ଇଞ୍ଜିନିୟର କରିବେ। ସବୁ ଅଫିସ୍ ପାଇଁ ଜେନେରେଟର, ତେଲ ମହଜୁଦ୍‌ ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe