ବିଏମ୍‌ସି ଯାତ୍ରୀ ନିବାସ ଭଡ଼ା ବଢ଼ିଲା

ବିଏମ୍‌ସି ଯାତ୍ରୀ ନିବାସ ଭଡ଼ା ବଢ଼ିଲା

ଭୁବନେଶ୍ୱର : କଟକ ରୋଡ୍‌ସ୍ଥିତ ବିଏମ୍‌ସି ଯାତ୍ରୀ ନିବାସ ଭଡ଼ା ବଢ଼ାଇ ଦିଆଯାଇଛି। ରାଜସ୍ୱ ବୃଦ୍ଧି ପାଇଁ ଯାତ୍ରୀ ନିବାସର ରୁମ୍‌ ଭଡ଼ା ବଢ଼ାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ନୂଆ ଭଡ଼ା ଫେବ୍ରୁଆରି ୬ତାରିଖରୁ ଲାଗୁ ହୋଇଛି।

ଯାତ୍ରୀ ନିବାସରେ ଥିବା ରୁମ୍‌ଗୁଡ଼ିକରେ ଯାତ୍ରୀଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ବିଫଳ ହୋଇଥିବା ବିଏମ୍‌ସି ଏବେ ରୁମ୍‌ ଭଡ଼ା ବଢ଼ାଇଥିବାରୁ ଏହାକୁ ଅନେକ ନାପସନ୍ଦ କରିଛନ୍ତି। ଏପରିକି ଯାତ୍ରୀନିବାସରେ ସମସ୍ତ ରୁମ୍‌ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ନ ଥିବାବେଳେ ଏଠାରେ ପଡ଼ିଥିବା ଖଟ ଓ ଶେଯ ଅତ୍ୟନ୍ତ ନିମ୍ନମାନର। ଏଠାରେ ରହୁଥିବା ଯାତ୍ରୀଙ୍କ ପାଇଁ ହୋଟେଲ ଭଳି ରୁମ୍‌ ସର୍ଭିସ୍‌ ସୁବିଧା ମିଳୁନଥିବାରୁ ଯାତ୍ରୀମାନେ ବାରମ୍ବାର ଅସନ୍ତୋଷ ଜାହିର୍‌ କରିଛନ୍ତି। ହେଲେ ବିଏମ୍‌ସି ସେବାରେ ଉନ୍ନତି ଆଣିବା ବଦଳରେ ରୁମ୍‌ ଭଡ଼ା ବଢ଼ାଇ ଦେଇଛି।
ଯାତ୍ରୀ ନିବାସରେ ଥିବା ସ୍ୱତନ୍ତ୍ର ଶୌଚାଳୟ ସୁବିଧା ସହ ତିନି ଶଯ୍ୟା ବିଶିଷ୍ଟ ରୁମ୍‌ ଭଡ଼ା ୫୦୦ଟଙ୍କା ରଖାଯାଇଥିବାବେଳେ ପ୍ରଥମ ମହଲାରେ ଥିବା ତିନି ଶଯ୍ୟା ବିଶିଷ୍ଟ ରୁମ୍‌ ଭଡ଼ା ୩୫୦ଟଙ୍କା ରଖାଯାଇଛି। ଦ୍ୱିତୀୟ ମହଲାରେ ଥିବା ତିନି ଶଯ୍ୟା ବିଶିଷ୍ଟ ରୁମ୍‌ ଭଡ଼ା ୨୫୦ଟଙ୍କା ଏବଂ ୧୭ଶଯ୍ୟା ବିଶିଷ୍ଟ ଡର୍ମିଟୋରି ଭଡ଼ା ୧୫୦୦ଟଙ୍କା କରାଯାଇଛି। ଏହାକୁ ଫେବ୍ରୁଆରି ୬ତାରିଖରୁ ତୁରନ୍ତ ଲାଗୁ କରିବାକୁ ଯାତ୍ରୀନିବାସ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଚିଠି କରଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe