ଭୁବନେଶ୍ୱର: ସୈନିକ ସ୍କୁଲ ଟିଟିଏସ୍‌ର ବର୍ଜ୍ୟ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବ। ଖୁବ୍ ଶୀଘ୍ର ଏହି ବର୍ଜ୍ୟରୁ କୋଇଲା, ବାୟୋ ଗ୍ୟାସ୍, ପଶୁ ଖାଦ୍ୟ ଆଦି ଉତ୍ପାଦନ କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସହରର ସବୁଜିମା ଓ ବାୟୁର ଗୁଣବତ୍ତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ଠାରେ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଡ. ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନୂତନ ଭାବରେ ପ୍ରତିଷ୍ଠିତ ସ୍ୱଚ୍ଛ କ୍ୟାଣ୍ଟିନ୍‌କୁ ଉଦ୍‌ଘାଟନ କରିଥିଲେ।

Advertisment

Mandei: ମଣ୍ଡେଇ-୨୫ ଉଦ୍‌ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

ଏହି ଅବସରରେ ଟିଟିଏସ୍ ପରିସରରେ ୧ହଜାରରୁ ଅଧିକ ଚାରାରୋପଣ କରାଯାଇଥିଲା। ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଏହା ଗର୍ବର ବିଷୟ ଯେ ଭୁବନେଶ୍ୱର ଏବେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ବିଏମ୍‌ସି ପରିସୀମା ମଧ୍ୟରେ ବ୍ୟାପକ ବୃକ୍ଷରୋପଣ ସହରର ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀବାସୀଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ବିଏମ୍‌ସିର ଏଭଳି ମହତ କାର୍ଯ୍ୟରେ ସହଯୋଗର ହାତ ବଢ଼ାନ୍ତୁ। ବିଏମ୍‌ସି ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଞ୍ଚ ଜଙ୍ଗଲ ବିକଶିତ କରୁଛି।

ସ୍ୱଚ୍ଛ କ୍ୟାଣ୍ଟିନ୍ ଉଦ୍‌ଘାଟିତ

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ସୈନିକ ସ୍କୁଲ ନିକଟ ଟିଟିଏସଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଅନୁମୋଦିତ ଛାୟା ପ୍ରଦାନକାରୀ ଚାରା ସାଙ୍ଗକୁ ଫୁଲ ପ୍ରଦାନକାରୀ ଓ ପ୍ରଚୁର ପରିମାଣର ଅମ୍ଳଜାନ ପ୍ରଦାନ କରୁଥିବା ବୃକ୍ଷରୋପଣ କରାଯାଇଛିବୋଲି ମନ୍ତ୍ରୀ କହିଥିଲେ। ମେୟର ସୁଲୋଚନା ଦାସ କହିଥିଲେ, ବିଏମ୍‌ସି ଦ୍ୱାରା ପୂର୍ବରୁ ମିଆଁଵାକି ପଦ୍ଧତିରେ ରୋପଣ କରାଯାଇଥିବା ବୃକ୍ଷ ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହେବାକୁ ଯାଉଛି। ଯଦ୍ୱାରା ବିଏମ୍‌ସି ଅଞ୍ଚଳରେ ସବୁଜିମା କ୍ଷେତ୍ର ବୃଦ୍ଧି ପାଇବା ସହ ବାୟୁମଣ୍ଡଳରେ ସ୍ୱଚ୍ଛତା ଆସିବ। ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଭୁବନେଶ୍ୱର ଭଳି ଏକ ଦ୍ରୁତ ବିକଶିତ ସହରରେ ଭିତ୍ତିଭୂମିର ବିକାଶ ଗୁରୁତ୍ୱପୂର୍ଣ୍ଣ। ବିଏମ୍‌ସିର ବୃକ୍ଷରୋପଣ ଅଭିଯାନ ରାଜ୍ୟ ସରକାରଙ୍କ ବ୍ୟାପକ ପରିବେଶ ଅନୁକୂଳ ରଣନୀତିକୁ ସୂଚାଉଛି। ବିଏମ୍‌ସି କମିସନର ଚଞ୍ଚଳ ରାଣା ସ୍ବାଗତ ଭାଷଣ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଭୁବନେଶ୍ୱରକୁ ସୁରକ୍ଷା ଦେବା ଓ ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ବନୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।