ଉତ୍କଳ ଦିବସରେ ବିଏମ୍‌ସିର ଉଦ୍‌ଘାଟନୀ ପର୍ବ

Advertisment
ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଭୁବନେଶ୍ବର: ଉତ୍କଳ ଦିବସରେ ବିଏମ୍‌ସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯୋଜନା କରିଛି। ରାଜଧାନୀରେ ଆଉ ୮ଟି ଏମ୍‌ସିସିର ଉଦ୍‌ଘାଟନ ହେବ। ପୋଖରୀପୁଟରେ ଦୁଇଟି, ମହିଷାଖାଲରେ ଗୋଟିଏ, ବଡ଼ଗଡ଼ ଶ୍ମଶାନରେ ୨ଟି, ନୀଳାଦ୍ରିବିହାରରେ ଗୋଟିଏ, କାନନବିହାରରେ ଗୋଟିଏ ଓ ଭରତପୁରରେ ଗୋଟିଏ ଉଦ୍‌ଘାଟନ ହେବ। ତିନିଟି ଜୋନ୍‌ରେ ୨୪ଟି ସଫେଇ ଗାଡ଼ି ବୁଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା କାର୍ଯ୍ୟକ୍ରମ‌େର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେବେ।

ସେହିପରି ପୁରୁଣା ବସ୍ତ୍ର ସଂଗ୍ରହ କରିବା ପାଇଁ ବିଏମ୍‌ସି ପକ୍ଷରୁ ଆରମ୍ଭ ହେବାକୁ ଥିବା ହୁଇଲ୍‌ ଅଫ୍ କାଇଣ୍ଡନେସ୍ ଗାଡ଼ିର ଶୁଭାରମ୍ଭ ଏବଂ କାଇଣ୍ଡନେସ୍‌ ହବ୍‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ ଏବଂ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଅତିଥି ଭାବେ ଯୋଗଦେବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। କରୋନା ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସଫେଇ କମର୍ଚାରୀଙ୍କୁ ଉତ୍ସାହିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବଡ଼ଗଡ଼ର ଲାଲନ ମଣ୍ଡପରେ ବଡ଼ାଖାନାର ଆୟୋଜନ କରାଯାଇଛି। ଏଥିରେ ବିଏମ୍‌ସିର ସମସ୍ତ ଅଧିକାରୀ ଓ ସଫେଇ କର୍ମଚାରୀ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe