ବିଏମ୍‌ସିର ସଫେଇ ମିତ୍ର ସୁରକ୍ଷା ଶିବିର

‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅଧୀନରେ ଆଜି ବିଏମ୍‌ସି ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର ୟୁନିଟ୍-୮ସ୍ଥିତ କମ୍ୟୁନିଟ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ....

Untitled-18

ଭୁବନେଶ୍ୱର: ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅଧୀନରେ ଆଜି ବିଏମ୍‌ସି ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର ୟୁନିଟ୍-୮ସ୍ଥିତ କମ୍ୟୁନିଟ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର୍ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମେତ ଅତିରିକ୍ତ କମିସନର୍, ଡେପୁଟି କମିସନର ପ୍ରମୁଖ ଉପସ୍ଥିତ ଥିଲେ।

ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ମନ୍ତ୍ରୀ, ମେୟର, କମିସନର୍, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପ୍ରମୁଖ ମଧ୍ୟ ଏହି ଅବସରରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆଜି ପ୍ରଥମ ଦିନରେ ୧ହଜାର ସଫେଇ ମିତ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆଜି ଆଜି ସାଉଥ-ଇଷ୍ଟ ଜୋନ୍‌ରେ ଏହି ସଫେଇ ମିତ୍ର ସ୍ୱାସ୍ଥ୍ୟ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ସାଉଥ୍-ଵେଷ୍ଟ ଜୋନ୍ ଅନ୍ତର୍ଗତ ବଡ଼ଗଡ଼ କଲ୍ୟାଣ ମଣ୍ଡପଠାରେ, ୨୮ ତାରିଖରେ ନର୍ଥ ଜୋନ୍ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe