ଥରେ କି ଦି’ଥର ନୁହେଁ, ବାର କର୍ମଚାରୀଙ୍କୁ ୧୫ ଥର ଛୁରୀ ଭୁଷି ହତ୍ୟା କରିଥିଲେ ବିଏମଡବ୍ଲୁର ଅପରାଧୀ

Advertisment
ଥରେ କି ଦି’ଥର ନୁହେଁ, ବାର କର୍ମଚାରୀଙ୍କୁ ୧୫ ଥର ଛୁରୀ ଭୁଷି ହତ୍ୟା କରିଥିଲେ ବିଏମଡବ୍ଲୁର ଅପରାଧୀ

ଭୁବନେଶ୍ୱର: ଭୁବନେଶ୍ୱର- ବ୍ରହ୍ମପୁର ଜାତୀୟ ରାଜପଥ ଘଟଣାର ଏକ ବାରରେ ଯୁବକଙ୍କୁ ଛୁରାମାଡ ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା  ଏସପି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ବିଏମଡବ୍ଲୁରେ ଆସିଥିବା ଅପରାଧୀମ‌ାନେ ଥରେ କି ଦୁଇ ଥର ନୁହେଁ ଅତ୍ୟନ୍ତ ନୃଶଂସ ଭାବେ ବାର କର୍ମଚାରୀଙ୍କୁ ୧୫ ଥର  ଛୁରୀ ଭୁସିଥିଲେ।  ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହ ବିଏମଡବ୍ଲୁ କାର ଓ ଛୁରୀ ମଧ୍ୟ ଜବତ ହୋଇଛି।

୧୪ ତାରିଖ ଅପରାହ୍ଣ ୫ଟା ବେଳେ ଭୁବନେଶ୍ୱର ନୟାପଲ୍ଲୀର ମୃତ୍ୟୁଂଜୟ ନାୟକ ଓରଫ ମିକୁ, ଅମିତ କୁମାର ପ୍ରଧାନ(୨୩), ନୟାପଲ୍ଲୀ ହୋଟେଲ୍ ହଂସର ଝାଡ଼ୁଦାର ନନ୍ଦନ କୁମାର ବେହେରା ଓରଫ ଗଗନ (୨୦) ତିନିଜଣ ପାଢ଼ୀ ବାର୍ ଓ ରାସ୍ତୁରାଁ ସମ୍ମୁଖରେ ନିଜର ବିଏମ୍ଡବ୍ଲୁ କାର୍ ରଖି ମଦ କିଣିବାକୁ ଓହ୍ଲାଇଥିଲେ । ଏହା ଦେଖି ସେଠାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଅମୀୟ ବାରିକ(୪୮) ତାଙ୍କୁ ଗାଡ଼ି ଯଥାସ୍ଥାନରେ ପାର୍କିଂ କରିବାକୁ କହିଥିଲା । ଏଥିରେ ମିକୁ ଅପମାନିତ ମନେ କରିଥିଲା । ଏହାକୁ ନେଇ ଅମୀୟ ସହ ତିନିଜଣଙ୍କ ବଚସା ଓ ପରେ ଠେଲାପେଲା ହୋଇଥିଲା । ଏହା ଦେଖି ହୋଟେଲର ଅନ୍ୟ କର୍ମଚାରୀମାନେ ସେଠାକୁ ଆସିବା ଦେଖି ସେମାନେ ଚାଲିଯାଇଥିଲା ।

publive-image

ଖୋର୍ଦ୍ଧା ନବୀନାବାଗର ନିଶା ନିବାରଣ କେନ୍ଦ୍ରରେ କର୍ମଚାରୀ ଥିବା ମିକୁର ବଡ଼ ଭାଇ ଧନଂଜୟ ନାୟକ ଓରଫ ଚିକୁ (୨୮)ଙ୍କ ନିକଟକୁ ଯାଇଥିଲେ । ସେଠାରେ ମିକୁ ନିଜର ବଡ଼ଭାଇକୁ ସମସ୍ତ ଘଟଣା କହିବା ପରେ ଅମୀୟକୁ “ପାନେ ଦେବା” ପାଇଁ ଯୋଜନା କରିଥିଲେ । ଏହାପରେ ଚିକୁ ଖୋର୍ଦ୍ଧା ଦଳେଇପୁଟରେ ରହୁଥିବା ରାକେଶ କୁମାର ସାହୁ ଓରଫ ନିଲୁ (୨୩) ଓ ଲୋକେଶ୍ୱରପୁରରେ ରହୁଥିବା ଦେବକାନ୍ତ ଦାସ ଓରଫ ବାପିନା (୨୫)କୁ ଫୋନ୍ କରି ଡାକିଥିଲେ । ଏହାପରେ ବାପିନା ଓ ନିଲୁ ଖୋର୍ଦ୍ଧାର ଏକ ଲୁହା ସରଂଜାମ ଦୋକାନରୁ ଦୁଇଟି ଛୁରୀ କିଣିଥିଲେ । ୫ଟା ୪୦ରେ, ବିଏମ୍ଡବ୍ଲୁ କାର୍ ଓ ଏକ ପଲ୍ସର ମୋଟର ସାଇକଲରେ ଛଅ ଜଣ ପୁଣି ପାଢ଼ୀ ବାର୍ ପାଖରେ ପହଂଚିଥିଲେ । କାରରୁ ଓହ୍ଲାଇ ଅମିତ ଓ ମିକୁ ବାର୍ ବାହାରେ ବସିଥିବା ଅମୀୟ ଓ ସୁନୀଲ ଆଡ଼କୁ ଦୌଡ଼ି ଗଲେ । ଉଭୟ ଆକ୍ରମଣକାରୀଙ୍କ ଉଗ୍ର ରୂପ ଦେଖି ସେଠାରୁ ଦୌଡ଼ି ଚାଲିଯିବାକୁ ଚେଷ୍ଟା କରିବା ବେଳେ ଅମୀୟ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଅମିତ ଛୁରୀରେ ଅମୀୟଙ୍କ ମୁଣ୍ଡ ପଛପଟକୁ ଆଘାତ କରିଥିଲା । ଏହି ଆଘାତରେ ଅମୀୟ ଶକ୍ତିକ୍ଷୀଣ ହୋଇଯାଇଥିଲେ । ପରେ ଅମିତ ବାରମ୍ବାର ଛୁରୀ ପିଠି ଓ ଛାତି ପାଖକୁ ଭୁଷିଥିଲା । ଏହାପରେ ମିକୁର ବର୍ବରତା ଓ ନୃସଂଶତାର ସୀମା ଟପି ଯାଇଥିଲା । ତଳେ ପଡ଼ି ଛଟପଟ ହେଉଥିବା ଅମୀୟଙ୍କୁ ଥରେ କି ଦୁଇଥର ନୁହେଁ ୧୫ ଥର ଛୁରୀ ଭୁଷି ଚାଲିଥିଲା । ଅମୀୟଙ୍କୁ ସୁରକ୍ଷା କରିବାକୁ ହୋଟେଲର ଅନ୍ୟ କର୍ମଚାରୀ ସେଠାକୁ ଆସିବା ଦେଖି, ଚିକୁ, ନିଲୁ ଓ ବାପିନା ସେମାନଙ୍କ ଉପରକୁ ଟେକାପଥର ଫିଙ୍ଗିଥିଲେ । ତେବେ ଅମୀୟଙ୍କ ମୃତ୍ୟୁ ଘଟିବା ଦେଖି ସମସ୍ତ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe