ବାଲୁଗାଁ: ଗତ ଜୁନ୍ ୧୬ରେ ଚିଲିକାରେ ଡଙ୍ଗା ବୁଡ଼ି ୬ଜଣଙ୍କ ମୃତ୍ୟୁ ଘଟଣା ପରଠାରୁ ଚିଲିକାରେ ନିଷିଦ୍ଧ ଥିବା ଯାତ୍ରୀବାହୀ ଡଙ୍ଗା ଚଳାଚଳ ଦୀର୍ଘ ୪ ମାସ ପରେ ପୁଣି ସ୍ବାଭାବିକ ହୋଇଛି। ସୂଚନା ଥାଉକି, ଡଙ୍ଗାବୁଡ଼ି ପରି ଦୁଃଖଦ ଘଟଣା ପରେ ବିଭିନ୍ନ କାରଣ ଦର୍ଶାଇ ପ୍ରଶାସନ ଡଙ୍ଗା ଚଳାଚଳ ପ୍ରତି କଟକଣା ଲଗାଇଥିଲା। ଏପରିକି ରେଜିଷ୍ଟ୍ରେସନ, ଲାଇସେନ୍ସ, ଲାଇଫ ଜ୍ୟାକେଟ୍, ଫାଇବର କୋଟିଂ ଆଦି ଠିକ ଭାବେ ପ୍ରସ୍ତୁତ କରିବାକୁ ଡଙ୍ଗା ମାଲିକମାନଙ୍କୁ ପ୍ରଶାସନର ଚେତାବନୀ ଥିଲା। ତେବେ ପ୍ରାୟ ଶତାଧିକ ଼ଡଙ୍ଗାର କାଗଜାତ ଠିକ୍ ନଥିବାରୁ ପ୍ରଶାସନ ନିର୍ଦ୍ଦେଶରେ ଚିଲିକାରେ ସମସ୍ତ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ଅପରପକ୍ଷେ, ମୋଟର ଡଙ୍ଗା ମାଲିକ ସ˚ଘ ତରଫରୁ ଏ ନେଇ ପ୍ରସ୍ତୁତି ଜାରି କରାଯିବା ପରେ ଡଙ୍ଗା ମାଲିକମାନେ ନିଜ ନିଜର କାଗଜାତ ଠିକ୍ କରିଥିଲେ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ହେତୁ ଡଙ୍ଗା ଚଳାଚଳ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ମୋଟର ଡଙ୍ଗା ମାଲିକ ସ˚ଘ ମହଲରେ ଆନନ୍ଦର ଲହରୀ ଖେଳିଯିବା ସହ ସ˚ଘ ପକ୍ଷରୁ ପ୍ରଶାସନକୁ ସାଧୁବାଦ ଜଣାଯାଇଛି।
ଚିଲିକାରେ ସ୍ବାଭାବିକ ହେଲା ଡଙ୍ଗା ଚଳାଚଳ
Advertisment
Follow Us