ଟଙ୍କା ପାଇଁ ଘରୋଇ ହସ୍ପିଟାଲରେ ବନ୍ଧା ପଡ଼ିଛି ଶବ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଭୁବନେଶ୍ୱର : ଚିକିତ୍ସା ବାବଦ ଟଙ୍କା ଦେଇ ନ ପାରିବାରୁ ଜଣେ ରୋଗୀଙ୍କ ମୃତଦେହକୁ ବନ୍ଧକ ରଖିଛି ଘରୋଇ ହସ୍ପିଟାଲ। ପରିବାର ଲୋକ ଯେତେ‌‌ ନେହୁରା ହେଲେ ମଧ୍ୟ ହସ୍ପିଟାଲ କର୍ତୃପକ୍ଷ ନଛୋଡ଼ବନ୍ଧା। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ରାଜନଗର ବ୍ଲକ୍‌ ଅଧୀନ କିଆଜୋରି ଅଞ୍ଚଳର ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ବେକରେ ଏକ ଅସ୍ତ୍ରୋପଚାର କରାଯିବ କହିଥିଲେ। ଏ ବାବଦରେ ରୋଗୀଙ୍କ ପରିବାର ଲୋକ ୩ଲକ୍ଷରୁ ଅଧିକ ଟଙ୍କା ଦାଖଲ କରିଥିଲେ। କିଛିଦିନ ପୂର୍ବରୁ ରୋଗୀ ଜଣକ ସୁସ୍ଥ ହୋଇ ଆସୁଥିବା ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ କୁହାଯାଇଥିଲା। ପରବର୍ତୀ ସମୟରେ ରୋଗୀ ଜଣକ କରୋନାରେ ସଂକ୍ରମିତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ‌ହେଲେ ଆଜି ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ମାତ୍ର ଚିକିତ୍ସା ବାବଦରେ ବଳକା ୧ଲକ୍ଷ ୩୭ହଜାର ଟଙ୍କା ଦେବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା। ହେଲେ ପୂର୍ବରୁ ଚିକିତ୍ସା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ କରି ସାରିଥିବା ପରିବାର ଲୋକ ଏତେ ଟଙ୍କା ଦେଇପାରିବେ ‌ନାହିଁ ବୋଲି କହିଥିଲେ। ହସ୍ପିଟାଲ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ନାହିଁ। ଟଙ୍କା ପାଇଁ ହସ୍ପିଟାଲ କର୍ତୃପକ୍ଷ ଅଡ଼ି ବସିଥିବା ମୃତକଙ୍କ ପରିବାର ଲୋକ ଅଭିମନ୍ୟୁ ସ୍ବାଇଁ କହିଛନ୍ତି। ଅଭିମନ୍ୟୁ କହିଛନ୍ତି, ଚିକିତ୍ସା ସମୟରେ ରୋଗୀ କରୋନାରେ ସଂକ୍ରମିତ ନ ଥିବା ବେଳେ ପରବର୍ତୀ ସମୟରେ କିଭଳି ଆକ୍ରାନ୍ତ ହେଲେ। ହସ୍ପିଟାଲ କର୍ତୃପକ୍ଷ ବେକରେ ଅସ୍ତ୍ରୋପଚାର କରିବା ପାଇଁ କହିଥିବା ବେଳେ ଏବେ ରୋଗୀ ନିମୋନିଆରେ ମରିଥିବା କହୁଛନ୍ତି। ଏତେ ଟଙ୍କା ଦେବାକୁ ତାଙ୍କ ପରିବାର ଲୋକ ଅସମର୍ଥ ଥିବା ସେ କହିଛନ୍ତି।

ପୂର୍ବରୁ ରାଜ୍ୟରେ ଏଭଳି ଘଟଣାକୁ ନେଇ ବହୁ ତମ୍ବିତୋଫାନ ହୋଇଛି। ଏପରିକି ଏକ ସମାନ ଘଟଣାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ ବିରୋଧରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ଏହାସତ୍ବେ ମଧ୍ୟ ଘରୋଇ ହସ୍ପିଟାଲମାନେ ନିଜର ମନମାନି ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe