ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରେ ଏକ ଭଡ଼ା ଘରୁ ଜଣେ ଯୁବ ଡାକ୍ତରାଣୀଙ୍କ ମୃତ ଦେହ ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜବତ କରିଛି। ମୃତ ଡାକ୍ତରାଣୀଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ତେବେ ପ୍ରେମଜନିତ ଘଟଣାରୁ ଡାକ୍ତରାଣୀ ଜଣକ ଆତ୍ମହତ୍ୟା କରିଥିବା ସେ ଚାକିରି କରିଥିବା ଡାକ୍ତରଖାନାର କର୍ମଚାରୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଡା. ମନସ୍ୱିନୀ ବାରିକ (୨୬ ବର୍ଷ)ନାମକ ଜଣେ ଡାକ୍ତରାଣୀ ଗେଷ୍ଟ ଡାକ୍ତରଭାବେ କାର୍ଯ୍ୟ କରୁଥିଲେ। ସେ ଶ୍ରୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ତାଙ୍କ ସମ୍ପୃକ୍ତ ଡାକ୍ତରଖାନାର ଗାଡ଼ି ଯାଇ ତାଙ୍କୁ ଡାକ୍ତରଖାନାକୁ ଆଣିଥାଏ। ଆଜି ସକାଳେ ଗାଡ଼ି ଯାଇଥିଲେ ମଧ୍ୟ ଡା. ବାରିକ ଘରର କବାଟ ଖୋଲି ନ ଥିଲେ। ଫଳରେ ଗାଡ଼ି ଫେରି ଆସିଥିଲା। ଘରର କବାଟ ଭିତରୁ ଦିଆଯାଇଥିବା ବେଳେ ଡାକ୍ତର ବାରିକ କବାଟ ନ ଖୋଲିବାରୁ ଡ଼ାକ୍ତରଖାନାର ଅନ୍ୟ କର୍ମଚାରମାନେ ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ପୁଣି ଥରେ ତାଙ୍କ ଭଡ଼ାଘରକୁ ଯାଇଥିଲେ।। ଝରକା ବାଟେ ଦେଖିବାରୁ ସେ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲେ। ସେଠାରେ ଡା. ବାରିକ ମୃତଦେହ ପଡ଼ିଥିବା ଦେଖି ଏହାକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଯାଲ ହସ୍ପିଟାଲକୁ ପଠାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକଇଞ୍ଜେକ୍ସନ ସିରିଞ୍ଜ ଜବତ କରିଛି। ପ୍ରେମଜନିତ ଘଟଣାରେ ମାନସିକ ଭାବେ ଭାଙ୍ଗି ପଡ଼ି ସେ ବିଷ ଇଞ୍ଜେକ୍ସନ ନେଇ ଆତ୍ମହତ୍ୟା କରିଥିବା ହାକ୍ତରଖାନାର ତାଙ୍କ ସହକର୍ମୀ ମହଲରେ ଚର୍ଚ୍ଚା ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us