କୁଆଖାଇରୁ ଯୁବକଙ୍କ ମୃତଦେହ ଜବତ, ଡେଇଁପଡ଼ିଲେ ନା କିଏ ଠେଲିଦେଲା!

Advertisment
କୁଆଖାଇରୁ ଯୁବକଙ୍କ ମୃତଦେହ ଜବତ, ଡେଇଁପଡ଼ିଲେ ନା କିଏ ଠେଲିଦେଲା!

ଭୁବନେଶ୍ବର : ସନ୍ଦେହଜନକ ଅବସ୍ଥାରେ କୁଆଖାଇ ନଦୀରେ ଭାସୁଥିବା ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହକୁ ଆଜି ମଞ୍ଚେଶ୍ବର ଥାନା ପୁଲିସ ଜବତ କରିଛି। ମୃତକ ହେଲେ ଖାରବେଳନଗର ଥାନା ଏନ୍‌ଏସି କଲୋନି ଅଞ୍ଚଳର ସେକ୍‌ ଆସିଫ୍‌(୨୫)। ଏନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ତେବେ ଆସିଫ୍‌ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ନଦୀକୁ ଠେଲି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ମୁତାବକ ଗତ ୨୫ ତାରିଖ ଦିନ ପାରିବାରିକ କହଳ ଯୋଗୁଁ ଆସିଫ୍‌ ଘରୁ ରାଗି ଚାଲିଆସିଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଶୁକ୍ରବାର ଅପରାହ୍ଣ ସମୟରେ ନଦୀରେ ଭାସୁଥିବା ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ମଞ୍ଚେଶ୍ବର ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରୁ ମୃତଦେହକୁ ଉପରକୁ ଆଣିବା ପରେ ତାହା ଆସିଫ୍‌ଙ୍କ ଶବ ବୋଲି ଜଣାପଡ଼ିଥିଲା। ତାଙ୍କ ମୁଣ୍ଡ ଓ ଶରୀରରେ କ୍ଷତ ଚିହ୍ନ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। କେହି ହତ୍ୟା କରିବା ପରେ ନଦୀକୁ ଫୋପାଡ଼ି ଦେଇଛି ନା ସେ ନିଜେ ପାଣିକୁ ଡେଇଁ ପଡ଼ିଛନ୍ତି, ସେ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe