ପନ୍ଦରଫୁଙ୍କା ବ୍ରିଜ୍ ତଳୁ ମୃତଦେହ ଜବତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଚନ୍ଦ୍ରଶେଖରପୁର : କଳାରାହାଙ୍ଗ ଓ କଳାଝରୀ ରେଳଧାରଣା ମଧ୍ୟଭାଗରେ ଥିବା ପନ୍ଦରଫୁଙ୍କା ରେଳ ବ୍ରିଜ୍ ତଳୁ ଆଜି ଜଣେ ଯୁବକଙ୍କର ମୃତଦେହକୁ ନନ୍ଦନକାନନ ଥାନା ପୁଲିସ ଜବତ କରିଛି। ଯୁବକଙ୍କ ପରିଚୟ ମିଳିନାହିଁ। ସେ ଏକ ନୀଳ ରଙ୍ଗର ଫୁଲ ପ୍ୟାଣ୍ଟ ଏବଂ ନୀଳ ରଙ୍ଗର ଫୁଲ ସାର୍ଟ ସହ ଏକ ନାଲି ରଙ୍ଗର ଗଞ୍ଜି ପିନ୍ଧିଛନ୍ତି। ଟ୍ରେନରୁ ଖସି କିମ୍ବା ଟ୍ରେନ୍ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମେ ‌ମଞ୍ଚେଶ୍ବର ଜିଆରପି ଥାନା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନନ୍ଦନକାନନ ଥାନାକୁ ସୂଚନା ଦେଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe