ଅଶାନ୍ତ ରାଜଧାନୀ: ପଳାଶୁଣିରେ ୩ ବୋମା ମାଡ଼

Advertisment
ଅଶାନ୍ତ ରାଜଧାନୀ: ପଳାଶୁଣିରେ ୩ ବୋମା ମାଡ଼

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ତେବେ ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe