ଭୁବନେଶ୍ବର: କଳିଙ୍ଗ ପୁସ୍ତକ ମେଳା ଆରମ୍ଭ

Advertisment
ଭୁବନେଶ୍ବର: କଳିଙ୍ଗ ପୁସ୍ତକ ମେଳା ଆରମ୍ଭ

ଭୁବନେଶ୍ବର: ୨୨ତମ କଳିଙ୍ଗ ପୁସ୍ତକ ମେଳା ଓ ଶିଶୁ ମହୋତ୍ସବ ଶୁକ୍ରବାରଠାରୁ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ଦାସ କହିଲେ, ପୁସ୍ତକର ମୃତ୍ୟୁ ନାହିଁ। ଏହା ଅମର। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯେତେ ଉନ୍ନତି କଲେ ମଧ୍ୟ ପୁସ୍ତକର ସ୍ବତନ୍ତ୍ର ସ୍ଥାନ ରହିଛି। ପୁଣି ପୁସ୍ତକ ମେଳା କମିଟିଗୁଡ଼ିକର ଏଭଳି ଉଦ୍ୟମ ଯୋଗୁଁ ପୁସ୍ତକ ଚିରକାଳ ଅମର ରହିପାରିବ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କବି ପଦ୍ମଭୂଷଣ ରମାକାନ୍ତ ରଥ ଓ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ଯୋଗଦେଇ ପୁସ୍ତକ ମେଳାର ମହତ୍ତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପୁସ୍ତକ ମେଳା କମିଟିର ସମ୍ପାଦିକା ରେଣୁକା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।

୧୦ ତାରିଖ ଯାଏ ଚା‌ଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨ ଶହରୁ ଅଧିକ ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଓ ଶିକ୍ଷାନୁଷ୍ଠାନ‌ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରତିଦିନ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ପ୍ରତି ସଂଧ୍ୟାରେ ମଂଚରେ ସାହିତ୍ୟ ସଭା, ଆଲୋଚନାଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe