ଭୁବନେଶ୍ବର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟରେ ଆୟୋଜିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆା ଭାଷା ଓ ସାହିତ୍ୟ ପଠନ ଉପରେ ଆଲୋଚନା କରିଛନ୍ତି।
ଶ୍ରୀ ଦାସ କହିଥିଲେ ଯେ, ଏବେ ଯୁବ ସମାଜ ଗ୍ରନ୍ଥାଳୟକୁ ଯାଇ ପାଠ ପଢ଼ିବାକୁ ଇଚ୍ଛା କରୁନାହାନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ଯେଉଁଥିପାଇଁ ସମାଜରେ ପ୍ରଚଳିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପ୍ରାଚୀନ ଯୁଗର ସଭ୍ୟତା ବିଷୟରେ ଅବଗତ ହୋଇପାରୁନାହାନ୍ତି। ବହି ହେଉଛି ଜୀବନର ପ୍ରକୃତ ବନ୍ଧୁ। ଛାତ୍ରଛାତ୍ରୀମାନେ ବହି ପଢ଼ିବା ଦ୍ବାରା ସମୟ ଉପଯୋଗୀ ପଦକ୍ଷେପ ନେଇପାରିବେ। ଠିକ୍ ସମୟରେ ଠିକ୍ କାମ କରିପାରିବେ ବୋଲି ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଅନୁଷ୍ଠାନର ଉପଦେଷ୍ଟା ଉମାକାନ୍ତ ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଲାଇବ୍ରେରିଆନ୍ ସୁଚେତା ପଟ୍ଟନାୟକ, ଅଧ୍ୟାପକ ଅବିନାଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ ସରୋଜ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Follow Us