ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ବିଶ୍ୱର ବିକଶିତ ସାହିତ୍ୟ ମଧ୍ୟରେ ଅନ୍ୟତମ। ହେଲେ ଆମର ରଚନାଗୁଡ଼ିକରେ ଯେଉଁ ପରିମାଣରେ ଭାବାବେଗ, ଓଡ଼ିଆତ୍ୱର ପ୍ରତିଛବି ରହିବା କଥା ତାହା ପରିଲକ୍ଷିତ ହେଉନାହିଁ। ତେଣୁ ସାହିତ୍ୟିକମାନେ ଅନୁକରଣ ନକରି ସୃଜନଶୀଳ ସାହିତ୍ୟ ରଚନା କରନ୍ତୁ। ଏହା ଦ୍ବାରା ଓଡ଼ିଆ ସାହିତ୍ୟ ଆହୁରି ସମୃଦ୍ଧ ହେବ। ପ୍ରଫେସର ଉପେନ୍ଦ୍ର ନାୟକ ଫାଉଣ୍ଡେସନ ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ନାଟ୍ୟକାର ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଜନ୍ମଦିବସ ଓ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଉଦ୍ଘାଟନ କରି ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ପୁସ୍ତକର ସଂଖ୍ୟା ଅପେକ୍ଷା ଏହା ପାଠକକୁ କେତେ ଛୁଇଁ ପାରିଛି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଆଗାମୀ ପିଢ଼ିଙ୍କୁ ସୃଜନଶୀଳ କରିବା ପାଇଁ ସାହିତ୍ୟିକମାନେ ନିଜ ରଚନାକୁ ପାଠକ ମନସ୍କ କରିବା ଆବଶ୍ୟକ ବୋଲି ସେ କହିଥିଲେ।
Horoscope 2026 February 10 : ଜାଣନ୍ତୁ ଆଜିର ରାଶିଫଳ
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଯୁଗୋଳ କିଶୋର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଶ୍ରୀ ନାୟକ କବିତା, ପ୍ରବନ୍ଧ, ଗଳ୍ପ, ନାଟକ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ପର୍ଯ୍ୟନ୍ତ କୌଣସି ଲେଖା ଆମକୁ ଆଲୋଡ଼ିତ କରେ ନାହିଁ ସେ ପର୍ଯ୍ୟନ୍ତ ସେ ସାହିତ୍ୟ ସମୃଦ୍ଧ ନୁହେଁ। ଲେଖକ ନାୟକ ଜଣେ ଯଶସ୍ବୀ ମଣିଷ ଓ ବହୁମୁଖୀ ପ୍ରତିଭାର ଅଧିକାରୀ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ। ପୁସ୍ତକର ପୁରାଣର ବିଷୟବସ୍ତୁ ଅତି ସୁନ୍ଦର ଭାବେ ଉପସ୍ଥାପିତ ହୋଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କଥାଶିଳ୍ପୀ ଅର୍ଚ୍ଚନା ନାୟକ ସଭାପତିତ୍ୱ କରି ପ୍ରଫେସର ନାୟକର ନାଟକ ରଚନା ଓ ଅଭିନୟର ପ୍ରଶଂସା କରିଥିଲେ।
Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ
ଏହି ଅବସରରେ ଶ୍ରୀ ନାୟକଙ୍କ ଆତ୍ମଜୀବନୀ ଗ୍ରନ୍ଥ ‘ଅମର ପ୍ରତିଭା’, ଗ୍ରନ୍ଥାବଳୀ ‘ନାଟ୍ୟସମ୍ଭାର’(ପ୍ରଥମ ଭାଗ), କବିତା ସଂକଳନ ‘ପରିଚିତ ପୃଥିବୀ’ ଲୋକାର୍ପିତ ହୋଇଥିଲା। ଏଥିସହିତ ନାଟ୍ୟକାର ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କୁ ‘ପ୍ରଫେସର ଉପେନ୍ଦ୍ର ନାୟକ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ଲେଖକ ଶ୍ରୀ ନାୟକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ଆବାହକ ଡ. ଛତ୍ରପତି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ଚମକ ଚାନ୍ଦିନୀ ଦାଶ ମଞ୍ଚ ପରିଚାଳନା କରିଥିଲେ। ସୌଦାମିନୀ ସାମନ୍ତରାୟ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କୃଷ୍ଣାରାଣୀ ପ୍ରହରାଜ ଧନ୍ୟବାଦ ଦେଇଥିଲେ।
Follow Us