ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଲୋକାର୍ପଣ

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭିଏସ୍‌ଏସ୍‌ ନଗରସ୍ଥିତ କାର୍ଯ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ଓ ସ୍ମରିତା ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି’କୁ ଉନ୍ମୋଚନ କରିଥିଲେ। ପ୍ରତିଷ୍ଠାନ ଦ୍ୱାରା ସମ୍ପାଦିତ ‘ଭାବସମୁଦ୍ର’ର ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରି ସମ୍ମାନିତ ଅତିଥି ପୀତବାସ ରାଉତରାୟ ଶ୍ରୀଜଗନ୍ନାଥଙ୍କ କରୁଣା ଓ ଆଶୀର୍ବାଦ ସମ୍ପର୍କରେ ମତପ୍ରକାଶ କରିଥିଲେ।

ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ଉତ୍ସବରେ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ ଓ ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ। ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଓଡ଼ିଆ ସାହିତ୍ୟର ସଂପୂର୍ଣ୍ଣ ଇତିହାସ-ପ୍ରାକ୍ ସାରଳା ଆଧୁନିକ ଯୁଗ ୨୦୨୦ ମସିହା ପର୍ଯ୍ୟନ୍ତ ସମୟକୁ ପାଞ୍ଚ ଭାଗରେ ବିଭକ୍ତ କରି ଏକ ନୂତନ ଶୈଳୀରେ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଇତିହାସ ରଚନା ସମ୍ପର୍କରେ ଗବେଷଣା ପ୍ରକଳ୍ପର ସଂଯୋଜକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଥିଲେ। ଉତ୍ସବରେ ପ୍ରଫେସର ନାରାୟଣ ସାହୁ, ପ୍ରଫେସର ପ୍ରମୋଦ କୁମାର ପରିଡ଼ା, ପ୍ରାଧ୍ୟାପକ ରୁଦ୍ରନାରାୟଣ ମହାପାତ୍ର, ନିବେଦିତା ମହାନ୍ତି, ସ୍ମରିତା ପ୍ରଧାନ, ପୁସ୍ତକ ପ୍ରକାଶକ ବିଜୟ କୁମାର ମହାପାତ୍ର ଓ ଗବେଷକ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe