ଅକ୍ସଫୋର୍ଡ ପ୍ରଫେସର୍‌ଙ୍କ ଲିଖିତ ଆନ୍ଥ୍ରୋପୋଲୋଜି ପୁସ୍ତକ ଉନ୍ମୋଚିତ

Advertisment
ଅକ୍ସଫୋର୍ଡ ପ୍ରଫେସର୍‌ଙ୍କ ଲିଖିତ ଆନ୍ଥ୍ରୋପୋଲୋଜି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ପ୍ରସିଦ୍ଧ ନୃତତ୍ବବିତ୍‌ ଡ. ରବର୍ଟ ପାର୍କିନ୍‌ଙ୍କ ଲିଖିତ ନୃତତ୍ବ (ଆନ୍ଥ୍ରୋପୋଲୋଜି)ର ଏକ ମୌଳିକ ପୁସ୍ତକ ‘‌ହ୍ବେନ୍‌ ହ୍ୟୁମାନ୍‌ସ ଷ୍ଟଡ଼ି ହ୍ୟୁମାନ୍‌ସ: କ୍ଲାସିକ୍‌ ଥିମ୍‌ସ ଇନ୍‌ ସୋସିଆଲ୍‌ ଆଣ୍ଡ କଲଚରାଲ ଆନ୍ଥ୍ରୋପୋଲୋଜି’ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ହଲ୍‌ରେ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ନୃତତ୍ବର ଉତ୍ପତ୍ତିଠାରୁ ସାଂପ୍ରତିକ ବିକାଶ ପର୍ଯ୍ୟନ୍ତ ଅନେକ ବିଷୟ ସଂପର୍କରେ ସବିଶେଷ ଆଲୋଚନା କରାଯାଇଛି। ପୁସ୍ତକକୁ ବିଶ୍ବର ଅନ୍ୟତମ ପ୍ରଖ୍ୟାତ ସୋସିଆଲ୍ ଆନ୍ଥ୍ରୋପୋଲୋଜିଷ୍ଟ ପ୍ରଫେସର ଏଲ୍.କେ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ, ଆନ୍ଥ୍ରୋପୋଲୋଜି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଫେସର୍‌ କେ.ସି ତ୍ରିପାଠୀ, ପ୍ରଫେସର ପି.କେ ନାୟକ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ କେ.କେ ମିଶ୍ର, ପ୍ରଫେସର ଏ.ବି ଓତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର୍‌ ଯତୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ସୂଚନ‌ାଯୋଗ୍ୟ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ନୃତତ୍ବ ବିଭାଗ ଏବଂ ମ୍ୟୁଜିୟମ୍ ଏଥନୋଗ୍ରାଫିରେ ଦୀର୍ଘ ୧୫ ବର୍ଷର ଅଧ୍ୟାପନା ପରେ ୨୦୧୭ ମସିହାରେ ଅବସର ନେଇଥିଲେ ଡ. ପାର୍କିନ୍। ସେହିପରି ପୁପ୍ରଫେସର୍‌ ଏଲ୍‌.କେ ମହାପାତ୍ର ଉତ୍କଳ ବିଶ୍ବବିଦ୍ୟାଳୟରେ ୨୫ବର୍ଷ ଧରି ଅଧ୍ୟାପନା କରିବା ସହ ଆନ୍ଥ୍ରୋପୋଲୋଜି ବିଭାଗକୁ ସେଣ୍ଟର୍‌ ଅଫ୍ ଏକ୍ସଲେନସ୍ ଭାବେ ପରିଚୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe