ପକ୍ଷୀଘର ପ୍ରକାଶନୀର ପୁସ୍ତକ ଲୋକାର୍ପଣ ଉତ୍ସବ

Advertisment
ପକ୍ଷୀଘର ପ୍ରକାଶନୀର ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ବର: ‘ପକ୍ଷୀଘର’ ପକ୍ଷରୁ ପ୍ରକ‌ାଶିତ ପୁସ୍ତକଗୁଡ଼ିକର ଲୋକାର୍ପଣ ଉତ୍ସବ ଭାରତୀୟ ବିଦ୍ୟାଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ କବିତା ପୁସ୍ତକ ‘ସ୍ବପ୍ନ ଶତଦଳ’, କାର୍ତିକ ସ୍ବାଇଁଙ୍କ ପୁସ୍ତକ ‘ଠିକଣା ଖୋଜୁଥିବା ମଣିଷ’, ‘ପକ୍ଷୀ ପଞ୍ଜୁରୀ’ ଓ ‘ବାପା’, ଶାରଦା ରଥଙ୍କ ଆତ୍ମଜୀବନୀ ‘ମୋ ଜୀବନ କଥା’ ଏବଂ ଜ୍ୟୋତ୍ସ୍ନା ସାମନ୍ତରାୟଙ୍କ କବିତା ପୁସ୍ତକ ‘ଜ୍ୟୋତ୍ସ୍ନାସ୍ନାତ’ ଲୋକା‌ର୍ପିତ ହୋଇଛି। ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଲେଖିକା ପ୍ରଫେସର୍‌ ସଂଘମିତ୍ରା ମିଶ୍ର, କଥାଶିଳ୍ପୀ ଅଧ୍ୟାପକ ବିଶ୍ବରଞ୍ଜନ, ବିଶିଷ୍ଟ କଥାକାର ଗୌରହରି ଦାସ ଓ ପୁଲିସ ପ୍ରଶାସକ ପ୍ରାଣକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ଅଧିକରୁ ଅଧିକ ଆ‌ତ୍ମଜୀବନୀ ଲେଖା ହେଲେ ସେହି କାଳଖଣ୍ଡର କଳା, ସଂସ୍କୃତି, ଐତିହ୍ୟ, ଇତିହାସ ଓ କ୍ରମବିକାଶ ସମ୍ପର୍କରେ ଜାଣି ହେବ ବୋଲି ଅଧ୍ୟାପକ ବିଶ୍ବରଞ୍ଜନ କହିଥିଲେ। ଗୌରହରି ଦାସ ଉନ୍ମୋଚିତ ସମସ୍ତ ପୁସ୍ତକ ଉପରେ ଆଲୋଚନା କରିଥିଲେ। ରୋମାଣ୍ଟିକ୍‌ କବିତାଙ୍କୁ ନେଇ ପୁସ୍ତକରେ କିଭଳି ଚମତ୍କାର କବିତା ଲେଖାଯାଇଛି, ସେ ସମ୍ପର୍କରେ ଶ୍ରୀ ଦାସ କହିଥିଲେ। ଲେଖିକା ହିରଣ୍ମୟୀ ମିଶ୍ର କାର୍ତିକ ସ୍ବାଇଁଙ୍କର ପୁସ୍ତକଗୁଡ଼ିକ ଉପରେ ଆଲୋକପାତ କରିଥିବା ବେଳେ ପ୍ରଫେସର ସଂଘମିତ୍ରା ମିଶ୍ର ସାରଦା ରଥଙ୍କର ଆତ୍ମଜୀବନୀ ପୁସ୍ତକ ଉପରେ ଆଲୋଚନା କରିଥିଲେ। ଡାକ୍ତର ଅଶୋକ କୁମାର ମହାପାତ୍ର ସା‌ରଦା ରଥଙ୍କ ପୁସ୍ତକ ସମୀକ୍ଷା କରିଥିଲେ। ପକ୍ଷୀଘର ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe