ଭୁବନେଶ୍ୱର : ଡାକ୍ତର ଜଗନ୍ନାଥ ମହାପାତ୍ର ଅଭିନନ୍ଦନ ସମିତି ପକ୍ଷରୁ ସମାଜସେବୀ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ୭୫ତମ ଜନ୍ମ ଉତ୍ସବ ଆଜି ସ୍ଥାନୀୟ ସହିଦ ନଗର ଦୁର୍ଗାମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି ସମାରୋହକୁ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡା. ଯଦୁନାଥ ପ୍ରସାଦ ଦାସ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ଅବସର ପରିଡ଼ା ଯୋଗ ଦେଇଥିଲେ। ଉତ୍ସବରେ ଡ.ମହାପାତ୍ରଙ୍କ ଆତ୍ମଜୀବନୀ ‘ସ୍ମୃତିର ଛାୟାପଥ’ ଓ ଅଭିନନ୍ଦନିକା ‘ଶୁଭେଚ୍ଛା ଡାକ୍ତର ଜଗନ୍ନାଥ’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ସଭାପତିତ୍ୱ କରିଥିଲେି ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଓ ପରିଚାଳନା କରିଥିଲେ ସୁରେଶ କୁମାର ମନ୍ତ୍ରୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us