ଲେଖିକା ସୁଷମା ଲେଙ୍କାଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

Advertisment
ଲେଖିକା ସୁଷମା ଲେଙ୍କାଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଲେଖିକା ସୁଷମା ଲେଙ୍କାଙ୍କର ଗଳ୍ପ ସଂକଳନ ‘ନୂଆ ସକାଳର ସୂର୍ଯ୍ୟ’ ଓ ଗୀତି କବିତା ସଂକଳନ ‘ଶ୍ରୀକ୍ଷେତ୍ର ମହିମା’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ରାଜ୍ୟପାଳ ରାଜଭବନ ପରିସର‌ରେ ପୁସ୍ତକ ଦୁଇଟି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିୟାରସିଂହ ଉପସ୍ଥିତ ଥିଲେ। ସାଧାରଣ ମଧ୍ୟବିତ୍ତ ପରିବାର ନିଜର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ତିକ୍ତ ମଧୁର ଅନୁଭୂତିକୁ ନେଇ ଗାଳ୍ପିକା ଶ୍ରୀମତୀ ଲେଙ୍କା ଲେଖିଥିବା ୨୧ଟି ଗଳ୍ପ ତାଙ୍କ ଗଳ୍ପ ସଂକଳନ ‘ନୂଆ ସକାଳର ସୂର୍ଯ୍ୟ’ ପୁସ୍ତକରେ ସ୍ଥାନ ପାଇଛି। ଯେଉଁ ଘଟଣାର ଚରିତ୍ରମାନେ ଲେଖିକାଙ୍କ ସତ୍ତାକୁ ପୂର୍ଣ୍ଣ ରୂପେ ଆବୋରି ବସନ୍ତି, ସେହି ବାସ୍ତବ ଚରିତ୍ର ଓ ନିଜ ଅନୁଭୂତିକୁ ନେଇ ଏଇ ଗଳ୍ପଗୁଡ଼ିକ ଗତିଶୀଳ। ଏ ପୁସ୍ତକ ଲେଖିକାଙ୍କ ପ୍ରଥମ ଗଳ୍ପ ସଂକଳନ। ଦ୍ବିତୀୟ ପୁସ୍ତକ ‘ଶ୍ରୀକ୍ଷେତ୍ର ମହିମା’ରେ ୫୯ଟି ସ୍ବରଚିତ ଭକ୍ତି ନୈବେଦ୍ୟ ଗୀତିକବିତା ଶ୍ରୀ ଜଗନ୍ନାଥଙ୍କ ଉପରେ ପର୍ଯ୍ୟବସିତ ହୋଇଛି। ଉତ୍ସବରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe