କମିସନରେଟ୍‌ ପୁଲିସର ନିଷ୍ପତ୍ତି: ଖୋଲିପାରିବ ବହି ଦୋକାନ, କେବଳ ଫ୍ୟାନ୍‌ ମରାମତି ହୋଇପାରିବ

Advertisment
କମିସନରେଟ୍‌ ପୁଲିସର ନିଷ୍ପତ୍ତି: ଖୋଲିପାରିବ ବହି ଦୋକାନ, କେବଳ ଫ୍ୟାନ୍‌ ମରାମତି ହୋଇପାରିବ

TripAdvisor

ଭୁବନେଶ୍ୱର : ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା ହେବା ପରେ କେନ୍ଦ୍ର ସରକାର ଆଉ କିଛି ବ୍ୟବସ୍ଥାରେ କୋହଳ କରିଛନ୍ତି। କିନ୍ତୁ ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ସେ ସବୁ ବାବଦରେ ବିଜ୍ଞପ୍ତି ଜାରି କରିବେ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ କମିସନରେଟ୍‌ ପୁଲିସ ଆଉ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛି। ସାମାଜିକ ଦୂରତ୍ବକୁ ନିଶ୍ଚିତ କରି ଦୋକାନଗୁଡ଼ିକ ରାତି ପର୍ଯ୍ୟନ୍ତ ମଧ୍ୟ ଖୋଲି ପାରିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, ବହି ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ। ଏଥିରେ ମଧ୍ୟ ସାମାଜିକ ଦୂରତ୍ବକୁ ବ୍ୟବସାୟୀ ନିଶ୍ଚିତ କରିବେ। ଗ୍ରାହକ ଦୂରତା ରକ୍ଷା କରି ଛିଡ଼ା ହେବା ଭଳି ବ୍ୟବସ୍ଥା କରିବେ।

ସେହିଭଳି ଗରମ ଦିନ ହୋଇଥିବାରୁ ଫ୍ୟାନ୍‌ ମରାମତି ଦୋକାନ ଖୋଲିବା ଉପରେ ଗୁରୁତ୍ବ ଦିଆଯାଇଛି। ଗ୍ରାହକମାନେ ଉପଯୁକ୍ତ ଦୂରତା ରକ୍ଷା କରି ଏଠାରେ ମରାମତି କରିପାରିବେ। କିନ୍ତୁ କେବଳ ଫ୍ୟାନ୍‌ ମରାମତି କରିବା ପାଇଁ ଦୋକାନ ଖୋଲିବ। ଅନ୍ୟ କିଛି କାର୍ଯ୍ୟ ହୋଇପାରିବ ନାହିଁ। ସେହିଭଳି ଗାଡ଼ି ସଜାଡ଼ିବା ପାଇଁ ଗ୍ୟାରେଜ୍‌ ମଧ୍ୟ ଖୋଲି ପାରିବ। କିନ୍ତୁ କେବଳ ଜାତୀୟ ରାଜପଥ କଡ଼ ଓ ପେଟ୍ରୋଲ ଟାଙ୍କି ପରିସରରେ ଏହା ଖୋଲିପାରିବ ବୋଲି ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଦ୍ବିତୀୟପର୍ଯ୍ୟାୟ ତାଲାବନ୍ଦ ଘୋଷଣା ପରେ ଅନେକ ଜିଲ୍ଲାରେ କଟକଣା କୋହଳ ହୋଇଥିଲା। କିନ୍ତୁ ଭୁବନେଶ୍ବରର ସ୍ଥିତାବସ୍ଥା ବଜାୟ ରହିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଘୋଷଣା ହୋଇଥିଲା। ଏଣୁ ଉପରୋକ୍ତ ବ୍ୟବସାୟୀ ଦ୍ବନ୍ଦ୍ବରେ ପଡ଼ି ବ୍ୟବସାୟ ଆରମ୍ଭ କରି ପାରି ନଥିଲେ। ଏନେଇ ଟ୍ବିଟର୍‌ରେ ପୁଲିସ କମିସନର୍‌ଙ୍କୁ ଗ୍ରାହକ ଓ ବ୍ୟବସାୟୀ ଅନେକ ପ୍ରଶ୍ନ ପଚାରିଥିଲେ। ଅନେକ ପ୍ରଶ୍ନର ଉତ୍ତର ଦେଇ କମିସନର୍‌ ଏ ପ୍ରସଙ୍ଗକୁ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe