କ୍ରୁଟ୍‌ ଏମ୍‌ଡି ଭାବେ ଦାୟିତ୍ବ ନେଲେ ବୋଥ୍ରା

Advertisment

ଇ-ଅଟୋ ଚଳାଇ ଦ୍ବିତୀୟ ଇନିଂସ୍‌ ଆରମ୍ଭ

ଇ-ଅଟୋ ଚଳାଇ ଦ୍ବିତୀୟ ଇନିଂସ୍‌ ଆରମ୍ଭ

କ୍ରୁଟ୍‌ ଏମ୍‌ଡି ଭାବେ ଦାୟିତ୍ବ ନେଲେ ବୋଥ୍ରା

ଭୁବନେଶ୍ୱର: କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅରୁଣ ବୋଥ୍ରା। ଏହାର ଦାୟିତ୍ବରେ ଥିବା ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କୁ ସରକାର ଏହି ଦାୟିତ୍ବରୁ ହଟାଇବା ପରେ ଶ୍ରୀ ବୋଥ୍ରାଙ୍କୁ ନୂଆ ଦାୟିତ୍ବ ମିଳିଛି। ଶନିବାର ପୂର୍ବାହ୍ନରେ ପଟିଆସ୍ଥିତ କ୍ରୁଟ୍‌ କାର୍ଯ୍ୟାଳୟରେ ପହଞ୍ଚି ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ବୋଥ୍ରା ଏହି ଦାୟିତ୍ବରେ ଥିଲେ। ମୋ’ ଇ-ରାଇଡ୍‌ ଚଳାଇ ଏକ ନିଆରା ଢଙ୍ଗରେ ସେ ତାଙ୍କର ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି।

ଗତ ୭ ତାରିଖରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ବ୍ରୋଥାଙ୍କୁ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ। ପୂର୍ବରୁ କ୍ରୁଟ୍‌ ଦାୟିତ୍ବରେ ଥିବା ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କୁ ଏହି ପଦରୁ ମୁକ୍ତ କରାଯାଇଥିଲା। ଜଣେ ଆଇଏଏସ୍‌ ଅଫିସରଙ୍କୁ ହଟାଇ ଜଣେ ଆଇପିଏସ୍‌ ଅଫିସରଙ୍କୁ କାହିଁକି ଅତିରିକ୍ତ ଦାୟିତ୍ବ ଦିଆଗଲା, ସେ ନେଇ ଚର୍ଚ୍ଚା ହୋଇଥିଲା। ବିଏମ୍‌ସି ଓ ସ୍ମାର୍ଟସିଟିରେ ବ୍ୟସ୍ତ ରହୁଥିବା ଶ୍ରୀ କୁଲାଙ୍ଗେ କ୍ରୁଟ୍‌ ଦାୟିତ୍ବ ତୁଲାଇ ପାରୁନଥିବା ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe