ଯୁବତୀ ମୃତ୍ୟୁ ମାମଲା ପ୍ରେମିକ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌ ପୁରୁଣା ଭୁବନେଶ୍ବରର ମନୋରଂଜନ ମହାପାତ୍ର(୨୯)ଙ୍କୁ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନୋରଂଜନ ଖରାଖିଆ ବୈଦ୍ୟନାଥ ସାହି‌ରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଗତ ଡିସେମ୍ବର ୧୭ ତାରିଖ ଦିନ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଯୁବତୀଜଣକ ଘର ଭିତରେ ଆତ୍ମହତ୍ୟା କରିଥିଲେ। ପୁଲିସ୍‌ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଝିଅ ମୃତ୍ୟୁ ପାଇଁ ମନୋରଂଜନ ଦାୟୀ ବୋଲି ପରିବାରଲୋକ ପରେ ଅଭିଯୋଗ କରିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe