ପ୍ରେମ ସପ୍ତାହ ପୂର୍ବରୁ ପାର୍କରେ ପିଟାପିଟି, ପ୍ରେମିକାକୁ ଗୋଇଠା ମାରି ପ୍ରେମିକ ଗିରଫ

Advertisment
ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଭଇରାଲ୍‌, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

Image Courtesy of India Today

ଚନ୍ଦ୍ରଶେଖରପୁର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ। ତେଣୁ ପ୍ରେମୀଯୁଗଳ ପାର୍କରେ ବସି ସପ୍ତାହସାରା କ’ଣ କରିବେ ଯୋଜନା କରୁଥିଲେ। କିନ୍ତୁ ହଠାତ୍ କ’ଣ ହେଲା, ସେମାନଙ୍କ ମଧ୍ୟରେ ପିଟାପିଟି ଚାଲିଲା। ପ୍ରେମିକର ବିଧା ଗୋଇଠାରେ ପ୍ରେମିକା ଆହତ ହେଲା। କଥା ସେଇଠି ଅଟକି ଗଲାନାହିଁ। ପ୍ରେମିକା ଥାନାର ଦ୍ବାରସ୍ଥ ହେଲା ଓ ପୁଲିସ ପ୍ରେମିକକୁ ଗିରଫ କଲା। ଗିରଫ ଯୁବକ ହେଉଛି ଶୈଳଶ୍ରୀବିହାରର ପ୍ରକାମ୍ୟ ସିଂ। ଆଜି ଏମିତି ଏକ ରୋଚକ ଘଟଣା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ରବିବାର ଅପରାହ୍ଣରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ପାର୍କରେ ଏହି ଦୃଶ୍ୟ ଲୋକଙ୍କୁ ବିସ୍ମିତ କରିଥିଲା। ବେଶ୍ ବହୁ ସମୟ ପର୍ଯ୍ୟନ୍ତ ପ୍ରକାମ୍ୟ ଓ ତାଙ୍କ ବାନ୍ଧବୀ ପାର୍କର ଏକ ନିଛାଟିଆ ସ୍ଥାନରେ ବସି ଗପସପ କରୁଥିଲେ। ହଠାତ୍ ସେମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଯାଇଥିଲା। ଯୁବତୀ ଜଣକ ରାମ୍ପୁଡ଼ି ପକାଉଥିବା ବେଳେ ପ୍ରକାମ୍ୟ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ। ଫଳରେ ଯୁବତୀ ଜଣକ ତଳେ ପଡ଼ିଯାଇଥିଲେ। ରାଗରେ ଜଳୁଥିବା ପ୍ରକାମ୍ୟ ଯୁବତୀଙ୍କୁ ବିଧା ଗୋଇଠା ମାରି ଚାଲିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ପାର୍କରେ ବୁଲୁଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଯାଇ ପ୍ରକାମ୍ୟକୁ କାବୁ କରିଥିଲେ। କଥା ବୁଝୁବୁଝୁ ଜଣାପଡ଼ିଥିଲା ସେମାନେ ପ୍ରେମୀଯୁଗଳ। ପ୍ରେମ ସପ୍ତାହ ପାଇଁ ସେମାନେ ଯୋଜନା କରିବାକୁ ପାର୍କକୁ ଆସିଥିଲେ। ସପ୍ତାହ ସାରା ସେମାନେ କିଭଳି ପାଳନ କରିବେ, କେଉଁଆଡ଼େ ବୁଲିବାକୁ ଯିବେ, ସେନେଇ କଥାବାର୍ତ୍ତା ଚାଲିଥିଲା। କୌଣସି କାରଣରୁ ହଠାତ୍ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ସେଥିରୁ ଗଣ୍ଡଗୋଳ ହୋଇଥିଲା। ମାଡ଼ ଖାଇ ଆହତ ହୋଇଥିବା ଯୁବତୀ ତୁରନ୍ତ ପୁଲିସକୁ ଡାକିଥିଲେ। ଖବର ପାଇ ପିସିଆର୍‌ ସେଠାରେ ପହଞ୍ଚି ପ୍ରକାମ୍ୟକୁ ଥାନାକୁ ନେଇଯାଇଥିଲା। ପରେ ଯୁବତୀ ଜଣକ ପରିବାର ଲୋକଙ୍କୁ ନେଇ ଥାନାକୁ ଯାଇଥିଲେ ଓ ପ୍ରକାମ୍ୟ ବିରୋଧରେ ଏତଲା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe