‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଉନ୍ମୋଚିତ

Advertisment
‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଉନ୍ମୋଚିତ

ଭୁବନେଶ୍ବର: କଥାକାର ଅମରେଶ ବିଶ୍ବାଳଙ୍କ ଗଳ୍ପ ସଙ୍କଳନ ‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ପୁସ୍ତକ ଆଜି ଜାତୀୟ ଅଭିଲେଖାଗାରରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ପାଠକର ମାନସିକତାକୁ ନେଇ ଗଳ୍ପରେ ଚମକତା ରହିଥାଏ। ପାଠକ ଗଳ୍ପକୁ ଯେଉଁଭଳି ମନରେ ଚିତ୍ରଣ କରିଥାଏ, ସେହିଭଳି ଚମକତା ସୃଷ୍ଟି ହୁଏ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ‘ସମ୍ବାଦ’ର ଫିଚର୍ ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗ ଦେଇ କହିଲେ, ଗଳ୍ପର ଲେଖାରେ ଯେଉଁ ଛଟା ଥାଏ ତାକୁ ଲେଖକ ବି ବେଳେ ବେଳେ ବୁଝିପାରେନି।

ମାତ୍ର ସମାଲୋଚକମାନେ ଏହାକୁ ବୁଝିଥା’ନ୍ତି। ସେହିଭଳି ବିଶିଷ୍ଟ ଅତିଥି ଭାବେ ଔପନ୍ୟାସିକ କୃପାସାଗର ସାହୁ ଯୋଗ ଦେଇ କ୍ଷୁଦ୍ର ଗଳ୍ପ ଉପରେ ପ୍ରାଧାନ୍ୟ ଦେବାକୁ କହିଥିଲେ। କାରଣ ଗ​ଳ୍ପ ଯେତେ କ୍ଷୁଦ୍ର ହେବ ତାହା ସେତେ ପାଠକାଦୃତି ଲାଭ କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କଥାକାର ଅଜୟ ସ୍ବାଇଁ ଯୋଗ ଦେଇ ଅମରେଶଙ୍କ ଭଳି ଅମରେଶଙ୍କ ଗପର ଚରିତ୍ରଗୁଡ଼ିକ ମଧ୍ୟ ଚଞ୍ଚଳ ନୁହନ୍ତି ବୋଲି କହିଥିଲେ। ବିଶିଷ୍ଟ କବି ନିରାକାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଅଭିଲେଖାଗାରର ବରିଷ୍ଠ ଅଧିକାରୀ ଏସ୍‌ଏନ୍ ମିଶ୍ର, ବିଡିଏର ସଚିବ ହରୀଶ ନାୟକଙ୍କ ସମେତ ବହୁ ବରିଷ୍ଠ କବି, ଗାଳ୍ପିକ ଉପସ୍ଥିତ ଥିଲେ। ମଧୁଲିତା ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe