ଅସଂଯତ ଅବସ୍ଥାରେ ଯୁବକଯୁବତୀ ଉଦ୍ଧାର

Advertisment

ଇନ୍‌ଫୋସିଟି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ସ୍ଥାନୀୟ ଯୁବକଙ୍କ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ

ଇନ୍‌ଫୋସିଟି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ସ୍ଥାନୀୟ ଯୁବକଙ୍କ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ

ଅସଂଯତ ଅବସ୍ଥାରେ ଯୁବକଯୁବତୀ ଉଦ୍ଧାର

wikihow.com

ଚନ୍ଦ୍ରଶେଖରପୁର: ଏକ ନିର୍ମାଣଧୀନ ଘର ମଧ୍ୟରୁ ଉଦ୍ଧାର ହୋଇଛନ୍ତି ୪ ଯୋଡ଼ା ଯୁବକ/ଯୁବତୀ। ପୁଣି ଅସଂଯତ ଅବସ୍ଥାରେ। ଘଟଣାଟି ଘଟିଛି ଥାନା ପଛପଟେ ଥିବା ଉକ୍ତ ଘରେ। ଏପରି ଏକ ଘଟଣାକୁ ନେଇ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ସମସ୍ତ ଯୁବକ, ଯୁବତୀ ହେଉଛନ୍ତି ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଶିଖରଚଣ୍ଡୀ ବସ୍ତିର କିଛି ଯୁବକ। ସେମାନେ ପ୍ରଥମେ ଏମାନଙ୍କୁ ଦେଖି ଡରାଇଥିଲେ। ଯୁବକମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଯୁବତୀମାନଙ୍କ ସହିତ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଭୋର୍‌ ପ୍ରାୟ ସାଢ଼େ ତିନିରୁ ଚାରିଟା ମଧ୍ୟରେ ଏହି ଘଟଣା ଘଟିଥିବାରୁ କେହି ଘଟଣା ସମ୍ପର୍କରେ ସୂଚନା ପାଇ ନଥିଲେ। ମାତ୍ର ସ୍ଥାନୀୟ ଯୁବକମାନଙ୍କ ମାଡ଼ରେ ଚାରି ଜଣ ଛାତ୍ର ଆହତ ହୋଇଥିବାରୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି। ସ୍ଥାନୀୟ ଯୁବକମାନେ ଛାତ୍ରଛାତ୍ରୀଙ୍କ ସହିତ ଥିବା ଦୁଇଟି କାର୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏନେଇ କଲେଜ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇନ୍‌ଫୋସିଟି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଏକ ଷ୍ଟେସନ ଡାଏରି ରୁଜୁ କରି ମାମଲାର ଅନୁସନ୍ଧାନ କରୁଛି। ସୂଚନା ଅନୁଯାୟୀ କଲେଜ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ମୁରବୀଙ୍କ ମଧ୍ୟରେ ଘଟଣାର ଆପୋସ ସମାଧାନ ନିମନ୍ତେ ପ୍ରୟାସ କରାଯାଉଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଏହା ଯେ, ଥାନା ପଛ ପାଖ ଅଞ୍ଚଳ ଅନ୍ଧାରୁଆ ହୋଇଥିବା ଓ ଠିକ୍‌ରେ ପାଟ୍ରୋଲିଂ ହେଉ ନଥିବାରୁ ଏପରି କୁତ୍ସିତ ଘଟଣା ଘଟୁଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଡ୍ୟାନ୍‌ସିଂ କାର୍‌ ଠାବ ହେବା ନେଇ ଉଦାହରଣ ରହିଛି।

ସେହିପରି ଏହି ନିଛାଟିଆ ରାସ୍ତାରେ କିଛି ଯୁବକ ସ୍ପିଡ୍‌ ବାଇକିଂ କରିବା, ରାତିରେ ରାସ୍ତାରେ ନିଆଁ ବାହାରକରିବା ଭଳି ଗାଡ଼ି ଚଳାଇବା ଭଳି ଘଟଣା ନିତିଦିନିଆ ଘଟଣା। ଏନେଇ ପୁଲିସ୍‌ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି। ସେହିପରି ସ୍ଥାନୀୟ ଅଞ୍ଚଳ ମଧ୍ୟ ଅସାମାଜିକ ଲୋକଙ୍କ ଆଡ଼ା ପାଲଟିଛି। ସନ୍ଧ୍ୟା ହେଲେ ଅସାମାଜିକ ଲୋକ ଏଠାକୁ ଧାଉଁଛନ୍ତି। ସେହିପରି କିଛି ଛାତ୍ରଛାତ୍ରୀ ସହରର କୋଳାହଳ ପରିବେଶକୁ ଛାଡ଼ି ଏଠାକୁ ଧାଇଁ ଆସୁଥିବା ବେଳେ ଉକ୍ତ ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡ଼ି ହଇରାଣ ହେଉଛନ୍ତି। ସ୍ଥାନୀୟ ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe