ବାଳକାଟି ବଜାର ଦୁର୍ଗାପୂଜା କମିଟି: ନବମୀ ରାତିରେ ମଇଦା ମଇଁଷି ବଳି

Advertisment

ବାଳକାଟି ବଜାର ବ୍ୟବସାୟୀ କମିଟି ପକ୍ଷରୁ ୧୯୯୩ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ସାପ୍ତାହିକ ହାଟ ନିକଟ ସ୍ଥାୟୀ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଆସୁଛି।

ବାଳକାଟି ବଜାର ବ୍ୟବସାୟୀ କମିଟି ପକ୍ଷରୁ ୧୯୯୩ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ସାପ୍ତାହିକ ହାଟ ନିକଟ ସ୍ଥାୟୀ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଆସୁଛି।

fkfhkhfkfhk

ବାଲିଅନ୍ତା: ବାଳକାଟି ବଜାର ବ୍ୟବସାୟୀ କମିଟି ପକ୍ଷରୁ ୧୯୯୩ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ସାପ୍ତାହିକ ହାଟ ନିକଟ ସ୍ଥାୟୀ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଆସୁଛି। ପ୍ରଥମେ ଅଳ୍ପ କେତେଜଣ ବ୍ୟବସାୟୀ ଏକାଠି ହୋଇ ଆରମ୍ଭ କରିଥିବା ଏହି କମିଟିରେ ଏବେ ୪୫୦ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ଏଠାରେ ହର ପାର୍ବତୀ ପୂଜା ଚାଲିଥିଲା। ଦୁର୍ଗାପୂଜା ପାଇଁ ଷଷ୍ଠୀରୁ ଭାର୍ଗବୀ ନଦୀରୁ ମାଟି ଅନୁକୂଳ ହୋଇଥିଲା। ବାଲିପାଟଣା ଅଞ୍ଚଳର ୩ ଜଣ କାରିଗର ୧୧ ଫୁଟ ବିଶିଷ୍ଟ ମା’ଙ୍କ ମୂର୍ତ୍ତି ସହିତ ଗଣେଶ, କାର୍ତ୍ତିକଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସୁଉଚ୍ଚ ତୋରଣ ନିମାଣ ଆଉ ଏକ ଆକର୍ଷଣ। ସୂର୍ଯ୍ୟପୂଜା ପରେ ମା’ଙ୍କ ନିକଟରେ ବାଳଭୋଗ ଓ ଫଳମୂଳ ଭୋଗ କରାଯାଇଥାଏ। 

ନବମୀ ନିଶାର୍ଦ୍ଧ ରାତିରେ ମା’ଙ୍କ ନିକଟରେ ମଇଦା ମଇଁଷି ବଳି ମୁଖ୍ୟ ପରମ୍ପରା। ଜନଗହଳିପୂର୍ଣ୍ଣ ବାଳକାଟି ବଜାରରେ ଦୁର୍ଗାପୂଜାକୁ ଅଧିକ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯିବା ନେଇ ସ୍ଥିର କରାଯାଇଛି। ଅଷ୍ଟମୀ, ନବମୀ ଓ ଦଶମୀ ଦିନ ସଂଧ୍ୟାରେ ପୂଜାମଣ୍ଡପ ନିକଟରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ଦୃଷ୍ଟିରୁ ହାଇୱା ଆଦି ଭାରୀଯାନ ରାତିରେ ଅନ୍ୟ ବିକଳ୍ପ ରାସ୍ତାରେ ବାଇପାସ କରାଯିବ। ଗଞ୍ଜେଇ ଗୋଦାମ ରାସ୍ତା ଦେଇ ଭାର୍ଗବୀ ବ୍ରିଜକୁ ବିକଳ୍ପ ରାସ୍ତାଭାବେ ଗାଡ଼ିମଟର ବାଇପାସ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ବାଳକାଟି ବଜାରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ଦୃଷ୍ଟିରୁ ନିଯୁକ୍ତ ସ୍ବେଚ୍ଛାସେବୀ ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବେ। ଅଷ୍ଟମୀ ଦିନ ସକାଳେ ମା’ଙ୍କ ପାଖରେ ବାଳଭୋଗ ଓ ଫଳ ଭୋଗ ହୋଇଥାଏ। ୩ଦିନ ଯାକ ମଧ୍ୟାହ୍ନରେ ଶଙ୍ଖୁଡ଼ି ଭୋଗ ନୈବେଦ୍ୟ କରାଯାଇଥାଏ। ପ୍ରତ୍ୟହ ସଂଧ୍ୟା ଆଳତି ପରେ ଲଡ଼ୁ ଓ କାକରା ଭୋଗ କରାଯାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe