ଭୁବନେଶ୍ବର: ବ୍ରେନ୍ସ ଏଜୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଆଜି ରାମ ମନ୍ଦିର ସମ୍ମୁଖରେ ଶିକ୍ଷାରଥ ଶୁଭାରମ୍ଭ ହୋଇଯାଇଛି। ଗତ ୨ବର୍ଷ ଭିତରେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ଅନ୍ଲାଇନ ଏଜୁକେସନ ଆପ୍(ଓଓଇ) ଲୋକାର୍ପିତ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ଏହି ଆପ୍ଟି ସାରା ଦେଶରେ ଶିକ୍ଷା ଲାଭ ପାଇଁ ଉପଯୋଗୀ ହୋଇପାରିବ।
ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧ ରହିଛି ବୋଲି ଟ୍ରଷ୍ଟ ପ୍ରତିଷ୍ଠାତା ଅଶ୍ବିନୀ ପାଢ଼ୀ ଓ ବିନ୍ଦୁଜା ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୀର୍ ମହମ୍ମଦ ଅଲ୍ଲୀ, ସ୍ବାତିକ୍, ଶୁଭଜିତ୍, ଅରିଜିତ୍, ଜୟପ୍ରକାଶ, ମମତା ପାତ୍ର, ଅର୍ପିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।
Follow Us