ଭଙ୍ଗାହେଲା ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ

Advertisment
ଭଙ୍ଗାହେଲା ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ

ପୁରୁଣା ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚାଲିଥିବା ଏକାମ୍ର ବିକାଶ ଯୋଜନା କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। ଆଜି ସାନେଟୋରିୟମ୍‌ ଛକ ନିକଟରୁ ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପକୁ ଭାଙ୍ଗି ଦିଆଯାଇଛି। ଏଠାରେ ବସ୍‌ଷ୍ଟାଣ୍ଡ୍‌ କରାଯିବା ଯୋଜନା ଥିବାରୁ ଏହି ମଣ୍ଡପକୁ ଭାଙ୍ଗି ଜମି ଅଧିଗ୍ରହଣ କରାଯାଇଛି। ବିଏମ୍‌ସି କମିସନର ସଞ୍ଜୟ ସିଂଙ୍କ ନିର୍ଦେଶ ଅନୁଯାୟୀ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏକାମ୍ର ଯୋଜନା ଅନୁଯାୟୀ ଏହି ମଣ୍ଡପଠାରୁ କିଛି ଦୂରରେ ବସ୍‌ଷ୍ଟାଣ୍ଡ କରାଯିବା ସହ ବିଭିନ୍ନ ପର୍ଯ୍ୟଟକଙ୍କ ବସ୍‌ ରହିବ। ତେବେ ଏହି ଅଞ୍ଚଳରେ ବିଭିନ୍ନ ରାସ୍ତା ଚଉଡ଼ା ହୋଇଥିବା ବେଳେ ସାନେଟୋରିୟମ୍‌ ଛକରୁ ରବି ଟକିଜ୍‌ ଛକ ଓ କଳ୍ପନା ଛକକୁ ଯାଇଥିବା ରାସ୍ତାକୁ ଅଧିକ ଚଉଡ଼ା କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe