ବଜାରକୁ ଆସିଲା ବ୍ରାଣ୍ଡ୍‌ ‘ଜି’

Advertisment
ବଜାରକୁ ଆସିଲା ବ୍ରାଣ୍ଡ୍‌ ‘ଜି’

ଭୁବନେଶ୍ୱର: ଡାକ୍ତର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ ‘ଜି’ ଲୋକାର୍ପିତ ହୋଇଛି। ଏହି ଅବସରରେ ହାଟେଲ୍‌ ମେ’ ଫେୟାରରେ ଆୟୋଜିତ ଫେସନ୍‌ ସୋ’ରେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସୋ’ ଟପର୍‌ ହେବା ସହ ଡାକ୍ତର ମିଶ୍ରଙ୍କ କଲେକ୍ସନ୍‌ ‘ଚିତ୍ରା ଆସେମ୍ବ୍ଲେଜ୍‌’ ଏବଂ େଓ୍ଵବ୍‌ସାଇଟ୍‌ www.kumargurumishra.comକୁ ଉନ୍ମୋଚିତ କରିଥିଲେ। ଆଜି ହୋଟେଲ୍‌ ମେ’ ଫେୟାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ଓ ଓର୍‌ଟେଲ୍‌ର ପରିଚାଳନା ନିର୍ଦ୍ଦେଶିକା ଜାଗୀମଙ୍ଗତ ପଣ୍ଡା ଅତିଥି ଭାବେ ଯୋଗ ଦେଇ ବ୍ରାଣ୍ଡ ‘ଜି’କୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe