ପପୁକୁ ମିଳିଲା ରାଜ୍ୟସ୍ତରୀୟ ସାହସୀ ଶିଶୁ ପୁରସ୍କାର

ପପୁକୁ ମିଳିଲା ରାଜ୍ୟସ୍ତରୀୟ ସାହସୀ ଶିଶୁ ପୁରସ୍କାର

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ଗ୍ରାମର ସାହସୀ ବାଳକ ପପୁ ଓରଫ ତପନ କୁମାର ସାହୁ (୧୩ ) କୁ ଆଜି ରାଜ୍ୟ ଶିଶୁ ଆୟୋଗର ସପ୍ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟାଜିତ ଏକ ସ୍ୱତନ୍ତ୍ର ସଭାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପପୁକୁ ରାଜ୍ୟସ୍ତରୀୟ ସାହସୀ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୨୦୦୦ ଟଙ୍କା ସହିତ ପ୍ରମାଣପତ୍ର ଓ ଏକ ପିତ୍ତଳ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦାନ କରାଯାଇଛି। ଏଥିସହିତ ପପୁର ପାଠପଢ଼ା ଓ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରାଯିବାକୁ ଘୋଷଣା ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସ ୨୭ ତାରିଖ ଅପରାହ୍ନରେ ଗ୍ରାମର ବୈକୁଷ୍ଠ ସାହୁଙ୍କ ୬ ବର୍ଷର ସାନପୁଅ ଲିପୁ ଖେଳୁଥିବା ବେଳେ ୩୦ ଫୁଟ୍‌ କୂଅ ଭିତରକୁ ଖସିପଡ଼ିଥିଲା। ହେଲେ ପପୁ ତତ୍‌କ୍ଷଣାତ୍‌ ନିଜ ଜୀବନକୁ ବାଜି ଲଗାଇ କୂଅ ଭିତରକୁ ଡେଇଁ ଲିପୁକୁ ଉଦ୍ଧାର କରଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ କର୍ମୀ ରଂଜନ ଗୋଚ୍ଛାୟତ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୁରସ୍କାର ପାଇଁ ପପୁଙ୍କ ନାମ ଯୋଗ୍ୟ ବିବେଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe