ଡ୍ରେନ୍‌ ଖୋଳା ହଉ ହଉ ଭୁଶୁଡ଼ି ପଡ଼ିଲା ପାଉଁରୁଟି କାରଖାନା କାନ୍ଥ; ୪ ଶ୍ରମିକ ଗୁରୁତର

Advertisment
ଡ୍ରେନ୍‌ ଖୋଳା ହଉ ହଉ ଭୁଶୁଡ଼ି ପଡ଼ିଲା ପାଉଁରୁଟି କାରଖାନା କାନ୍ଥ; ୪ ଶ୍ରମିକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ପାଉଁରୁଟି କାରଖାନାର କାନ୍ଥ ପଡ଼ିଯିବାକୁ କାର୍ଯ୍ୟରତ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଉଲ୍ଳେଖଯୋଗ୍ୟ,  ପାଇକନଗରଠାରେ ବିଏମ୍‌ସି ପକ୍ଷରୁ ଶୁକ୍ରବାର ଡ୍ରେନ୍‌ ଖୋଳା ଯାଉଥିଲା। ଡ୍ରେନ୍‌ ଖୋଳା ଯାଉଥିବା ସ୍ଥାନ ନିକଟରେ ଏକ ପାଉଁରୁଟି କାରଖାନା ଥିବାରୁ କାରଖାନ କାନ୍ଥର ମୂଳରୁ ମାଟି ଖସି ଯିବାରୁ କାନ୍ଥଟି ଖସି ପଡ଼ିଥିଲା। କାନ୍ଥ ଖସି ପଡ଼ିବାରୁ କାରଖାନା ମଧ୍ୟରେ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇପଡ଼ିଲେ।

ସେମାନଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇ ଚିକିତ୍ସା କରାଯାଉଛି। ଏନେଇ ନୂଆପଲ୍ଲୀ ପୁଲିସ୍‌ ଡ୍ରେନ୍‌ ଖୋଳା କାମ କରାଉଥିବା କଣ୍ଟ୍ରାକ୍ଟରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏଯାବତ୍‌ ମେୟର କିମ୍ବା ସ୍ଥାନୀୟ ପ୍ରଶାସନ କେହି ହେଲେ ପହଞ୍ଚି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe