ଭୁବନେଶ୍ବର: ଓଡ଼ିଶାର ନମ୍ବର ୱାନ୍ ଏଫ୍ ଏମ୍ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ର ଆରଜେମାନେ ନାରୀର ସୁରକ୍ଷା, ନାରୀମାନଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବାର ବାର୍ତ୍ତା ନେଇ ରାସ୍ତାକୁ ଓହ୍ଲାଇଥିଲେ। ଆର୍ଜେ ସଂଗ୍ରାମ, ଆରଜେ ନିଲ, ଆରଜେ ନିଭି, ଆରଜେ ଅନିଲ, ଆରଜେ କୋୟଲ, ଆରଜେ ଅଭିଙ୍କ ପରି ଓଡ଼ିଶାର ଲୋକପ୍ରିୟ ରେଡିଓ ଜକିମାନେ ପଥପ୍ରାନ୍ତ ନାଟକ ‘ବ୍ରେକ ଦି ସାଇଲେନ୍ସ’ ମାଧ୍ୟମରେ ଭୁବନେଶ୍ୱରର ବିଭିନ୍ନ ବସ୍ତି, କଲେଜ, ମଲ୍ ଇତ୍ୟାଦିରେ ନାରୀ ସଶକ୍ତୀକରଣର ବର୍ତ୍ତା ବାଣ୍ଟିଛନ୍ତି। ପରିବାରରେ ନାରୀମାନଙ୍କ ସହ ହେଉଥିବା ହିଂସା, ବିବାହ ବୟସ ଯୋଗ୍ୟା ହେବା ପୂର୍ବରୁ ସେମାନଙ୍କ ପାଠପଢ଼ା ବନ୍ଦ କରି ବିବାହ କରାଇବା, କର୍ମସ୍ଥଳୀରେ ମହିଳାମାନଙ୍କ ସହ ହେଉଥିବା ଅସଦାଚରଣ ବିରୋଧରେ ମହିଳାମାନଙ୍କୁ ସ୍ୱର ଉତ୍ତୋଳନ କରିବା ପାଇଁ ଲେଖକ ଗୁରୁ ଶତପଥୀ ନାଟକର ଚରିତ୍ରମାନଙ୍କ ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ଏଥିସହିତ ନାରୀ ସହ ଅତ୍ୟାଚାର ହେଉଥିବା ଦେଖି ଚୁପ୍ ରହିଯାଇଥିବା ବ୍ୟକ୍ତିମାନେ ନିଜ ବିବେକର ଡାକରା ଶୁଣି ପ୍ରତିକ୍ରିୟା ପ୍ରକାଶ କରିବା ସହ ନାରୀ ନିଜ ସହ ଘଟୁଥିବା ଅତ୍ୟାଚାରକୁ ନ ସହି ନିରବତା ଭାଙ୍ଗିବା ପାଇଁ ନାଟକ ମାଧ୍ୟମରେ ଆରଜେମାନେ ଅନୁରୋଧ କରିଥିଲେ। ଆରଜେମାନଙ୍କ ସହ ଏହି ନାଟକରେ ଐଶ୍ୱର୍ଯ୍ୟା, ରୋଜାଲିନ୍, କୁମାର, ସତ୍ୟ, ସୌମିତ୍ରୀ ଅଭିନୟ କରିଥିଲେ। ସୁବ୍ରତ ସ୍ୱାଇଁ, ଶ୍ରୀକାନ୍ତ ପଣ୍ଡା, ଅବିନାଶ ବିଷୋୟୀ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ। ମାନସ ପଢିଆରୀଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା। ଆରଜେମାନଙ୍କର ପଥପ୍ରାନ୍ତ ନାଟକ ମାଧ୍ୟମରେ ଏହି ପ୍ରୟାସ ଏବଂ ସେମାନଙ୍କ ଚମତ୍କାର ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us