ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ: ଯେତେ ସଚେତନତା ସୃଷ୍ଟି କଲେ ବି ନିୟମ ମାନୁନାହାନ୍ତି !

Advertisment
ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ: ଯେତେ ସଚେତନତା ସୃଷ୍ଟି କଲେ ବି ନିୟମ ମାନୁନାହାନ୍ତି !

ଭୁବନେଶ୍ବର : ଆଜିଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏଥିପାଇଁ କମିସନରେଟ୍ ପୁଲିସ ଓ ଭୁବନେଶ୍ବର ଆର୍‌ଟିଓ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଉଦ୍ଦେଶ୍ୟ ଲୋକଙ୍କ ଟ୍ରାଫିକ ନିୟମ ବିଷୟରେ ସଚେତନ କରିବା, ପୁଲିସ ଓ ଆର୍‌ଟିଓର ବିଭିନ୍ନ ନିୟମ ବିଷୟରେ ସଚେତନ କରିବା, ଯେପରି ଦୁର୍ଘଟଣା ହେବନି କି ଦୁର୍ଘଟଣାଜନିତ ଧନଜୀବନ କ୍ଷତି ହେବନି ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ହେଲେ ରାଜଧାନୀର ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଧରିନେଇଛନ୍ତି ଯେ, ସରକାର ଯେତେ ନିୟମ, ଯେତେ ସଚେତନତା ସୃଷ୍ଟି କଲେ ବି ନିୟମ ମାନିବେନି। ଏପରିକି ଗାଡ଼ି ଚଲାଇଲେ ନିୟମ ଭାଙ୍ଗିବେ ହିଁ ଭାଙ୍ଗିବେ। ଏଥିପାଇଁ ଜରିମାନା ଦେବାକୁ ପଡ଼ୁ କି ଦୁର୍ଘଟଣା ହେଉ ସେମାନଙ୍କର ଏଥିପାଇଁ ଟିକେ ବି ଖାତିର ନାହିଁ।

publive-image

ଆଜି ସକାଳେ ରାଜଧାନୀର ବିିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଥିଲା। ମନ୍ତ୍ରୀ, ପ୍ରଶାସକ, ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇ ଲୋକଙ୍କୁ ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଦେଇଥିଲେ। ହେଲେ ଅପରାହ୍‌ଣରେ ରାଜଧାନୀରେ ଗଣ୍ଡାଗଣ୍ଡା ନିୟମଖିଲାପକାରୀଙ୍କୁ ଦେଖିବାକୁ ମିଳିଥିଲା। କିଏ ରଙ୍ଗରୁଟ୍‌ରେ ଯାଉଥିଲା ତ କିଏ ବିନା ହେଲମେଟ୍‌ରେ। ଏପରିକି କେତେକ ବାଇକ୍‌ରେ ତିନିଜଣ ବସି ଯାଉଥିବା ଦେଖିବାକୁ ମିଳୁଥିଲା। ଏହାକୁ ଦେଖି ଲାଗୁଥିଲା ଯେମିତି କିଛି ଲୋକ ଶପଥ କରିନେଇଛନ୍ତି ଆମେ ନିୟମ ମାନିବୁନି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe