ସ୍ତନ କର୍କଟ ସଚେତନତା ଶିବିର

Advertisment
ସ୍ତନ କର୍କଟ ସଚେତନତା ଶିବିର

times of india

ଭୁବନେଶ୍ୱର: ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ପକ୍ଷରୁ ହସ୍ପିଟାଲ ପରିସରରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଏମଏ କଟକର ମହିଳା ବିଭାଗ ଓ ରୋଟାରି କ୍ଲବ ଅଫ ଭୁବନେଶ୍ୱର ଫ୍ଲାମିଙ୍ଗୋ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ୧୦୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ସ୍ତନ କର୍କଟର ଲକ୍ଷଣ କିପରି ନିଜେ ପରୀକ୍ଷା କରି ଜାଣିବେ ସେ ନେଇ ବିଭିନ୍ନ ଭିଡିଓ ମାଧ୍ୟମରେ ବିସ୍ତୃତ ସୂଚନା ଦିଆଯାଇଥିଲା।

ଏହାସହ ମହିଳାମାନଙ୍କର ମାଗଣା ସ୍ବାସ୍ଥ୍ୟପରୀକ୍ଷା ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶିକା ପ୍ରଫେସର ନିବେଦିତା ପାଣି, ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ନମିତା ମହାପାତ୍ର, ରୋଟାରି କ୍ଲବ ଅଫ ଭୁବନେଶ୍ୱର ଫ୍ଲାମିଙ୍ଗୋର ସଭାପତି ଡାକ୍ତର ସ୍ମିତା ସିହ୍ନା, କ୍ୟାପିଟାଲ ହସ୍ପିଟାଲ ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡାକ୍ତର ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe