ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୨୦୨୧-୨୨ ମସିହା ପାଇଁ ବ୍ରେନ୍ଫିଡ୍ ସ୍କୁଲ ସମ୍ମାନରେ ସମ୍ମାନିତ ହୋଇଛି। ଗତ ଏପ୍ରିଲ ୬ରେ ହାଇଦ୍ରାବାଦ୍ରେ ଆୟୋଜିତ ନବମ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା ଏହି ସମ୍ମାନ ଗ୍ରହଣ କରିଛନ୍ତି। ଭାରତର ଶେଷ୍ଠ ୫୦୦ ବିଦ୍ୟାଳୟ ମଧ୍ୟରେ ଅନ୍ତର୍ଭୁକ୍ତ ହେବା ସହ ଭୁବନେଶ୍ୱରର କ୍ରୀଡ଼ା, ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଶ୍ରେଷ୍ଠ ସଂପ୍ରଦାୟ ତଥା ସହଯୋଗୀ ସିବିଏସ୍ଇ ସ୍କୁଲର ମାନ୍ୟତା ଲାଭ କରିଛି।
ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ମିଶ୍ର ଯୋଗ ଦେଇ ଏହି ଜାତୀୟସ୍ତରର ସଫଳତା ନିମନ୍ତେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ପରିଚାଳନା କମିଟିର ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ବରଦା ପ୍ରସାଦ ପାଇକରାୟ, ସ୍ମିତା ମହାନ୍ତି ଏବଂ ସୁଚରିତା ଦାସ ପ୍ରମୁଖଙ୍କୁ ସାମୂହିକ କାର୍ଯ୍ୟଦକ୍ଷତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।
Follow Us